ମାଳି ଗୁନ୍ଥିବା ବାହାନାରେ ବୃଦ୍ଧାଙ୍କ ଠାରୁ ଲୁଟିଲେ ସୁନା ଅଳଙ୍କାର : ୪ ମହିଳା କୋର୍ଟ ଚାଲାଣ

13

ହିଞ୍ଜିଳିକାଟୁ, ୧୯ା୧୦ (ଶେଷଦେବ ସାହୁ): ଲୁଟେରା ମାନେ ଲୁଟ କରିବାର ନୁଆଁ ନୁଆଁ ତରିକା ଆପଣେଇବାରେ ଲାଗିଛନ୍ତି । ବାହାର ରାଜ୍ୟର ବହୁ ଲୁଟେରା ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ଘର ଘର ବୁଲି ବ୍ୟବସାୟ କରିବା ବାହାନାରେ ସୁଯୋଗ ଉଣ୍ଡି ଲୁଟ୍ କରି ଫେରାର ହୋଇଯିବାରେ ସକ୍ଷମ ହେଉଛନ୍ତି । ଦିନ ବେଳା ବ୍ୟବସାୟ କରିବା ନାମରେ ଚୋରୀର ସୁଯୋଗ ଖୋଜିଥାନ୍ତି । ବିଳମ୍ବିତ ରାତିରେ ଚୋରୀ କରି ଫେରାର ହୋଇଯାଇଥାନ୍ତି । ଗତ କିଛି ଦିନ ଧରି ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରୁ ଉକ୍ତ ଲୁଟେରା ଦଳ ବହୁ ସ୍ଥାନରୁ ଚୋରୀ କରି ଫେରାର ହୋଇଯାଉଥିବା ଜଣାପଡ଼ିଛି । ଶୁକ୍ରବାର ଛତିଶିଗଡ଼ ରାଜ୍ୟର କିଛି ମହିଳା ଲୁଟେରା ହିଂଜିଳି ଥାନା ନୁଆଁ ବୁରୁପୋଡ଼ା ଗ୍ରାମରେ ମହୁ ବିକ୍ରି କରିବା ବାହାନା କରି ଚୋରୀ କରିବାର ସୁଯୋଗ ଉଣ୍ଡିଥିଲେ । ହେଲେ ପରିସ୍ଥିତ ସାଥ୍ ଦେଇନଥିଲା । ଉକ୍ତ ମହିଳା ଲୁଟେରା ମାନେ ପୁଣିଥରେ ରବିବାର ପୂର୍ବାହ୍ନରେ ନୁଆଁ ବୁରୁପୋଡ଼ା ଗ୍ରାମରେ ପଂହଚି କାଳୁ ଚରଣ ନାହାକଙ୍କ ଘରେ ପଂହଚି ବୃଦ୍ଧା ଏକାକୀ ଥିବା ଜାଣିପାରି ସୁନାର ଖାସୁ ମାଳ ସୁନ୍ଦର ଭାବରେ ଗୁନ୍ଥି ଦେବାପାଇଁ ପବର୍ତାଇଥିଲେ । ସୁନା ଖାସୁ ମାଳ ଗୁନ୍ଥିଦେବା ନାମରେ ଅସଲି ସୁନାକୁ ଲୁଚାଇ ନକଲି ଖାସୁମାଳ ଗୁନ୍ଥି ବୃଦ୍ଧାଙ୍କୁ ଦେଇ ଆଖିପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ବୃଦ୍ଧା ଜଣକ ନକଲି ସୁନା ଜାଣିପାରି ଘଟଣା ନେଇ ପୁଅ କାଳୁଙ୍କୁ ଫୋନ ଯୋଗେ ଜଣାଇଥିଲେ । କାଳୁ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମ ନିକଟରୁ ୪ ମହିଳା ଲୁଟେରାଙ୍କୁ କାବୁ କରି ହିଂଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ୪ ମହିଳା ଲୁଟେରାଙ୍କୁ ଗିରଫ କରିଥିଲେ । ଗିରଫ ମାନେ ଛତିଶିଗଡ଼ ରାଜ୍ୟ ସରଭୁଜା ଜିଲ୍ଲା ଅମ୍ବିକାପୁର ଥାନାଟିକିରା ଗ୍ରାମର ଶିବକୁମାରୀ, ଗଲେସରବାଇ, ଅନୁସୟା ଓ ଶିବବାଇ ବୋଲି ପୋଲିସ କହିଛି । ଏ ନେଇ ନଂ ୨୮୪/୧୯ ରେ ଏକ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ADVERTISEMENT