କମ୍ପାନୀଗଡିକର ଘରୋଇକରଣ ଓ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀ ଛଟେଇ ବିରୁଦ୍ଧରେ ଗଣ ପ୍ରତିବାଦ ଓ ସ୍ମାରକପତ୍ର

7

ବ୍ରହ୍ମପୁର,୧୯ା୧୦(ଇ.ରଞ୍ଜନ) : ଦେଶର ଯୁବକ ମାନଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ କେନ୍ଦ୍ରର ଶାସକଦଳ ବିଜେପି ବର୍ଷକୁ ଦୁଇ କୋଟି ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଇତି ମଧ୍ୟରେ ଛବର୍ଷ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ଦେବା ତ ଦୂରର କଥା ପ୍ରତିବର୍ଷ ରାଷ୍ଟ୍ରୀୟ କମ୍ପାନୀ ,କାରଖାନାରେ ତାଲା ପଡି ଯୁବକ ମାନେ କର୍ମହରା ହେଉଛନ୍ତି । ଇତି ମଧ୍ୟରେ ତେଲେଙ୍ଗନା ରାଜ୍ୟ ସରକାର 48563 ଜଣ ପରିବହନ କର୍ମଚାରୀଙ୍କୁ ବହିସ୍କାର କରିବା ସହ ଉତ୍ତର ପ୍ରଦେଶ ସରକାର 25000 ଗୃହରକ୍ଷୀଙ୍କୁ ଚଟେଇ କରିଛି । ଦେଶର ଏଇର ଇଣ୍ଡିଆ ,କୋଲ ଇଣ୍ଡିଆ , ଏଲଆଇସି , ବିଏସନଲ , ଏମଟିଏନଏଲ ,ସେଏଇଲ, ରାଇଲବଏ ପରି ଅନେକ ରାଷ୍ଟୀୟ କମ୍ପାନୀ ଯାହା ଜନତାଙ୍କ ରାଜସ୍ୱରୁ ଗଢି ଉଠିଛି । ଉନ୍ନତିର ଉଚ୍ଚ ଶିଖରରେ ପହଂଚିବା ସହ ନିଯୁକ୍ତି ସୃଷ୍ଟି କରୁଛି । ସେହିଭଳି ରାଷ୍ଟ୍ରୀୟ କମ୍ପାନୀ ବା ସମ୍ପତିକୁ ଆଜି କେନ୍ଦ୍ର ସରକାର ଘରୋଇ କରଣ କରିବା ପାଇଁ ଦ୍ୱାର ଉନ୍ମକ୍ତ କରୁଛନ୍ତି। ଓ ତ୍ରୁଟିପୂର୍ଣ୍ଣ କୋପରେଟ ସପକ୍ଷବାଦି ଆର୍ଥିକ ନୀତି ଦ୍ଵାରା ରାଷ୍ଟ୍ରୀୟ କମ୍ପାନୀ ଗୁଡିକରେ ଅଚଳାବସ୍ଥା ସୃଷ୍ଟି କରି ଘରୋଇକରଣ ଆଡେ ଠେଲି ଦେଇଛନ୍ତି । ଏଥିରୁ ସ୍ୱଷ୍ଟ ପ୍ରମାଣ ମିଳୁଛି ଯେ ଶ୍ରମିକ ଓ ଶ୍ରମ ଅଧିକାର ଉପରେ ଉଭୟ ସରକାର ଏବଂ ଘରୋଇ ମାଲିକ ମାନଙ୍କର ନଗ୍ନ ଆକ୍ରମଣ ବର୍ତ୍ତମାନ କେନ୍ଦ୍ର ସରକାର ଏକ ଜଣ ବିରୋଧୀ ସର୍କରରେ ପରିଣତ ହୋଇଛନ୍ତି ।ଏହାର ବିରୁଦ୍ଧରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ,ମାନବାଧିକାର ସଂଗଠନ, ଗଣତାନ୍ତ୍ରିକ, ପ୍ରଗତିଶୀଳ ସଂଗଠନ , ବୁଦ୍ଧିଜୀବୀ ,ଛାତ୍ର,,ଯୁବକ ,ମହିଳାବର୍ଗ ସମସ୍ତେ ରାସ୍ତାକୁ ଓଲ୍ଲାଇଛନ୍ତି । ଏଥିସଂପର୍କରେ ସୁଧାର ଆଣିବାପାଇଁ କର୍ପୋରେଟ ସପକ୍ଷବାଦୀ ଅର୍ଥନୀତିକୁ ଅବିଳମ୍ବେ ବନ୍ଦ କରି ରାଷ୍ଟ୍ରୀୟ କମ୍ପାନୀ ଗୁଡିକୁ ସୁରକ୍ଷିତ, ସଠିକ ରଣନୀତି ଲାଗୁ ଓ କର୍ମ ନିଯୁକ୍ତି ସୃଷ୍ଟି କରିବା ସମାନ କାମ କୁ ସମାନ ଦରମା ନୀତି ପାଇଁ ଉଚ୍ଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।

ADVERTISEMENT