ପୁଣି ଜଣେ ନକଲି ସାମ୍ବାଦିକ ଗିରଫ !

14

କୁକୁଡାଖଣ୍ଡି,o୨/o୯ (ଇ.ରଞ୍ଜନ) : ସଦରଥାନା ଅନ୍ତର୍ଗତ ଦକ୍ଷିଣପୂର ଗ୍ରାମରେ ରବିବାର ରାତ୍ର ୭ ଟାରେ ପୁଣି ଜଣେ ନକଲି ସାମ୍ବାଦିକକୁଂ ଗ୍ରାମବାସୀ ଧରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ରବିବାର ରାତ୍ର ୭ଟା ସମୟରେ ଦଷିଣପୁର ଗ୍ରାମର ରମାକାନ୍ତ ବେହେରା ମୁଖ୍ୟରାସ୍ତା କଡରେ ଥିବା ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ଏକ ଆପାଚି ବାଇକ (ଓଡି୦୭ଓ୍ବାଇ୮୫୧୯)ଧକ୍କା ଦେଇଥିଲା । ଫଳରେ ରମାକାନ୍ତକୁ ଗଭୀର ଆଘାତ ଫଳରେ ତାକୁଂ ଚିକିସ୍ଛା ନିମନ୍ତେ ବ୍ରହ୍ମପୁର ପଠାଇ ଥିଲେ। ଘଟଣା ପରେ ଗ୍ରାମବସୀ ବାଇକ ଚାଳକକୁଂ ଉଠାଇବା ସମୟରେ ସେ ଗ୍ରାମବାସୀକୁଂ ଗାଳିଗୁଲଜ କରି ନିଜକୁ ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ପରିଚୟ ଦେଇଥିଲେ କିନ୍ତୁ ଗ୍ରାମବାସୀ ପରିଚୟ ପତ୍ର ମାଗିବାରୁ ସେ କିଛି ଦେଖାଇପାରିନଥିଲେ । ଏନେଇ ଗ୍ରାମବାସୀ ସଦରଥାନାକୁ ଖବରଦେବାପରେ ପୁଲିସ ବାଇକୁ ଜବତ କରିଛି,ବାଇକ ଚାଳକକୁ ଅଟକ ରଖିଛି। ଖବର ଲେଖାହେବା ସୁଦ୍ଧା ଏନେଇ କୈଣସି ମାମଲା ଥାନାରେ ହୋଇନଥିବା ପ୍ରକାଶ। ବାଇକଟି ଉଜଳେଶ୍ବର ବେହେରାକଂ ବୋଲି ଜଣା ପଡିଛି । ଗାଡିଟିରେ ୩ ଜଣ ବସି ଦୃତଗତିରେ ଯାଉଥିବା ଜଣାପଡିଛି।

ADVERTISEMENT