ମାଣିକେଶ୍ଵର ନୋଡାଲ ଉଚ୍ଚବିଦ୍ୟାପୀଠରେ ବିଜ୍ଞାନ ମେଳା ଅନୁଷ୍ଠିତ

16

କୋଦଳା,୨୦/୧୦(ଗୁଲଶନ କୁମାର କର):- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଫାସି ସ୍ଥିତ ମାଣିକେଶ୍ଵର ନୋଡାଲ ଉଚ୍ଚବିଦ୍ୟା ପୀଠରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ରଣହାନ୍ଦୋଳଙ୍କ ତତ୍ୱାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ପ୍ରାୟ ଏକତିରିଶି ଜଣ ଭାଗ ନେଇଥିଲେ l ସେଥି ମଧ୍ୟରୁ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ପାଇଁ ବଛାଯାଇଥିଲା l ପ୍ରଥମ ସ୍ଥାନରେ ଓମ ପ୍ରକାଶ ପାଢ଼ୀ, ଦ୍ୱିତୀୟ ସୁଭାଶିଷ ପାଢ଼ୀ, ତୃତୀୟ ଅଞ୍ଜଳି ମିଶ୍ର, ଚତୃର୍ଥ ପ୍ରଭାତ ସାଠୁଆ ଓ ପଞ୍ଚମ ଆୟାସା ମହାରଣାଙ୍କୁ ବଛାଯାଇଥିଲା l ଏହି ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେବେ l ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ l

ADVERTISEMENT