ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

12

ପାରଳାଖେମୁଣ୍ଡି,୨୦/୧୦(ପ୍ରଭାତ ପାତ୍ର):ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ରାୟଗଡା ବ୍ଲକ୍ ସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ । ଗୁରୁ ଶିଷ୍ୟ ପରମ୍ପରା ଉପରେ ପୁଣି ଉଠିଛି ଆଙ୍ଗୁଠି ।ଜଣେ ଶିକ୍ଷକ ମାଡରେ ଆଇଟିଆଇ ଛାତ୍ର ଗୁରୁତର ।ଗଜପତି ଜିଲ୍ଲା ରାୟଗଡା ବ୍ଲକ୍ରେ ଘଟିଛି ଏଭଳି ଏକ ଘଟଣା । ଗଜପତି ଜିଲ୍ଲା ରାୟଗଡା ବ୍ଲକରେ ଥିବା ସରକାରୀ ଆଇଟିଆଇ କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଧର୍ମପଦ ନାୟକ ହଷ୍ଟେଲରେ ଶୋଇଥିବା ସମୟରେ ସେହି କଲେଜର ଶିକ୍ଷକ ଧର୍ମେଦ୍ର ସାହୁ ତାଙ୍କ ପ୍ରତି ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ଆକ୍ରମଣ ଛାତ୍ର ଜଣଙ୍କ ଗୁପ୍ତାଙ୍ଗରେ ଗଭିର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡିରହିଥିବା ଛାତ୍ରକୁ ଅନ୍ୟ ଛାତ୍ର ମାନେ ଉଦ୍ଧାର କରି ରାୟଗଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଥିବା ଡାକ୍ତର ଶ୍ରାବଣ କୁମାର ତାଙ୍କୁ ଚିକିତ୍ସା କରିଥିଲେ । ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ନମିଳିବାରୁ ଏକ ସ୍ବତନ୍ତ୍ର ଗାଡିରେ ଛାତ୍ର ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ ପ୍ରକାଶ ରଞନ ସୋରେନ କହିଛନ୍ତି । କଲେଜ ପକ୍ଷରୁ ଏ ଯାଏଁ ଶିକ୍ଷକଙ୍କ ଉପରେ ପୋଲିସ ଥାନାରେ କୈାଣସି ଏତଲା ଦିଆଯାଇ ନାହିଁ ।

ADVERTISEMENT