ପଞ୍ଚାୟତ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

60

ବାଲିଗୁଡା,୨୦/୧୦(ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କେ .ନୂଆଗାଁ ବ୍ଲକର ସାରଙ୍ଗଡ଼ ପଞ୍ଚାୟତର ବଣ୍ଡଗୁଡା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୨୦୧୯ କାର୍ଯ୍ୟକ୍ରମ ବଣ୍ଡଗୁଡା ସିଆରସିସି ସୁନୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟଅତିଥି ଭାବେ କେ .ନୂଆଗାଁ ଏ ବି ଓ  ହରିହର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଶଙ୍କରାଖୋଲ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବଣ୍ଡଗୁଡା ସରପଞ୍ଚ ସଂଗୀତା ନାୟକ, ଜିରୀଡିକିଆ ସରପଞ୍ଚ ମହାଦେବ ପ୍ରଧାନ,ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ପଦରସାହି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭିରାମ ସାହୁ,ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇ କୃତି ପ୍ରତିଯୋଗିମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ପଦରସାହି ବିଦ୍ୟାଳୟର ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେl

ADVERTISEMENT