ସାନଖେମୁଣ୍ଡିରେ ଆସିକା ସାଂସଦଙ୍କ ସଭ୍ୟ ପଞ୍ଜିକରଣ ଓ ଜନ ସଂପର୍କ ପଦଯାତ୍ରା

33

ସାନଖେମୁଣ୍ଡି,୨୦/୧୦(ପ୍ରଫୁଲ୍ଲ ସାବତ):ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ରୁ ଅକ୍ଟୋବର ୩୧ ତାରିଖ ମାସ ଧରି ଗ୍ରାମ ସ୍ତରରେ କରାଯାଇଥିବା ସଭ୍ୟ ପଞ୍ଜିକରଣ ଓ ଜନ ସଂପର୍କ ପଦଯାତ୍ରା ଚାଲୁ ରହିଥିବାବେଳେ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ଅନୁଭୂତ ହୋଇଅଛି l ସଦର ବ୍ଲକ ସାନଖେମୁଣ୍ଡି ବିଜେଡ଼ିର ସାଙ୍ଗଠନିକ ପୂର୍ବ ବିଶ୍ୱାସ ପରେ ନୂଆଁ ବ୍ଲକ ସଭାପତି ଭାବେ ଶ୍ରୀ ଧୋବା ସ୍ୱାଇଁଙ୍କ ସଂଯୋଜନାରେ ୪ ଦଫାରେ ହେଉଥିବା ଏହି ଜନ ସମ୍ପର୍କ ପଦଯାତ୍ରା l ଆଜି ତୃତୀୟ ଦଫାରେ ଜିଲ୍ଲା ପରିଷଦ ଜୋନ୍-୫୯ ରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମାନ୍ୟବର ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ତ୍ଵରାନିତ କରିଛନ୍ତି l ଅନୁଷ୍ଠିତ ଏହି ପଦଯାତ୍ରା ସୀଙ୍ଗିପୂର୍ ପଞ୍ଚାୟତରୁ ଶୁଭାରମ୍ଭ ହୋଇଥିବା ସହ କଂସାମାରି , ପଦ୍ମପୁର, ପୋଡାମାରି,ପଞ୍ଚାୟତ ଆଜି ପରିକ୍ରମା କରାଯାଇଥିବା ସହ ପଟିଗୁଡା ପଞ୍ଚାୟତରେ ଶେଷ ହୋଇଥିଲା l ବ୍ଲକ ବିଜେଡି ସଭାପତି ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଙ୍କ ଦ୍ଵାରା ପୋଡାମାରି ପଞ୍ଚାୟତରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିବା ସହିତ ପରିକ୍ରମା କରିଥିଲେ l ବିଜୁବାବୁଙ୍କ ଆଦର୍ଶକୁ ପାଥେୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରି ପ୍ରଶାସକଙ୍କୁ ତ୍ଵରାନିତ କରିବା ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଲୋକାଭିମୁଖୀ ଯୋଜନାକୁ ସାଧାରଣ ସ୍ତରରେ ମୋ ସରକାର ଯୋଜନା ଏବଂ ୫ ଟି ପରିକଳ୍ପନାକୁ ମାନ୍ୟବର ସାଂସଦ ଭୂୟଂସି ପ୍ରଶଂସା କରିବା ସହ ଦଳୀୟ ପ୍ରତିନିଧି ,କାର୍ଯ୍ୟକର୍ତ୍ତା ଓ ସାଧାରଣ କର୍ମୀଙ୍କୁ ଅନୁପ୍ରାଣିତ ଉଦବୋଧନ ପ୍ରଦାନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସଂଗଠକ ଶ୍ରୀ ସହଦେବ ପ୍ରଧାନ,ସାଧାରଣ ସଂପାଦକ ଅମିନ ପ୍ରଧାନ,ନିତ୍ୟାନନ୍ଦ ପ୍ରଧାନ, ଓମ୍ ପ୍ରସାଦ ସାହୁ,ତୋଫାନ ସ୍ୱାଇଁ, ରମେଶ ପାତ୍ର,ଗଙ୍ଗାଧର ପାତ୍ର ବହୁ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ADVERTISEMENT