ହଳଦିଆ ତୈଳିକ ବୈଶ୍ୟ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

27

ବ୍ରହ୍ମପୁର,୨୧/୧୦ (ଗୁରୁପ୍ରସାଦ ) : ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି । ମହୁରୀ ମଣ୍ଡଳର ସମସ୍ତ ଅଞ୍ଚଳରେ ସମସ୍ତ ସଭ୍ୟ ଉପସ୍ଥିତ ରହି ଏଥୀରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ଶ୍ରୀଯୁକ୍ତ କାହୁଁ ଚରଣ ପତି ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ କବିରାଜ ସାହୁ, ନାରାୟଣ ସାହୁ ଦିଗପହଣ୍ଡି ଯୁବରାଜ ସିଦ୍ଧାନ୍ତ ଗଙ୍ଗଦେବ, ଚିନ୍ମୟ ଦାସ ମହାରାଜ ମୁଖ୍ୟ ଅତଥିଭାବେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପରିଚାଳନାରେ ଆଇନଜୀବୀ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ ବେହେରା ରକ୍ତ ଦାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ସଭାକୁ ପରିଚାଳନା କରିଥିଲେ ଏବଂ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମହୁରୀ ମଣ୍ଡଳର କେନ୍ଦ୍ରୀୟ ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ସାହୁ,ଉପ – ସଭାପତି ଶ୍ରୀଯୁକ୍ତ ପର୍ଶୁରାମ ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ଗୋପୀନାଥ ସାହୁ,ମଧୁସୂଦନ ସାହୁ,କିରଣ କୁମାର ସାହୁ,ବସନ୍ତ କୁମାର ସାହୁ,ରବୀନ୍ଦ୍ର କୁମାର ପ୍ରଧାନ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ମହୁରୀ ମଣ୍ଡଳର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସଂଘ ତରଫରୁ ସମ୍ପାଦକ ଧନ୍ୟବାଦ୍ ଦେଇ ସଭା ସମାପନ କରିଥିଲେ ।

ADVERTISEMENT