ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ

7

ନୂଆଦିଲ୍ଲୀ, ୧୯ା୧୦ (ଏଜେନ୍ସି ) : ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଏହା ପରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛନ୍ତି। ଭାରତୀୟ ସେନା ଆତଙ୍କବାଦୀ କ୍ୟାମ୍ପକୁ ଟାର୍ଗେଟ କରି ଆର୍ଟିଲାରୀ ଗନରେ ଗୁଳି ଚାଳନା କରିଥିଲା। ଫଳରେ ୨୨ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଏଥିରେ ପାକିସ୍ତାନର ୫ ଜଣ ଯବାନ ପ୍ରାଣ ହରାଇଥିବା ମଧ୍ୟ ସୂଚନା ମିଳିଛି। ଉଭୟ ପକ୍ଷର ଗୁଳିବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହା ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ADVERTISEMENT