ଚକ୍ଷୁ ଚିକିତ୍ସା ଶିବିର

15

ବ୍ରହ୍ମପୁର, ୨୧/୧୦ (ଗୁରୁପ୍ରସାଦ ) :ଗୋପାଳପୁର ବ୍ଲକ ଅନ୍ତର୍ଗତ ଧର୍ମପୁରରେ ଇନର ହ୍ୱିଲ କ୍ଲବ୍ ଅଫ୍ ବ୍ରହ୍ମପୁର ଇଷ୍ଟ୍ ଆନୁକୁଲ୍ୟରେ ଏବଂ ଏମ୍ କେ ସି ଜି ମେଡ଼ିକାଲର ଚକ୍ଷୁ ବିଭାଗ ସହଯୋଗରେ ଏକ ପ୍ରାଥମିକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୧ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ସେଥିମଧ୍ୟରୁ ୮ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଏମକେସିଜି ମେଡ଼ିକାଲର ଚକ୍ଷୁ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଡ଼. ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନଷ୍ଠିତ ହୋଇଥିଲା ଏହି ଶିବିରକୁ ଇନର ହ୍ୱିଲ କ୍ଲବ୍ ର ସଭାପତି ସବିତା ପଟ୍ଟନାୟକ ଏବଂ ଅନେକ କର୍ମକର୍ତ୍ତା ଓ ସଦସ୍ୟ ପରିଚାଳନା କରିଥିଲେ । ରୋଟାରୀ ଆନ ଅସିତ୍ ଦତ୍ତ ଓ ଡ଼. ପ୍ରଦୀପ୍ତ ପଟ୍ଟନାୟକ ଏହି ଶିବିରରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ADVERTISEMENT