ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ : ୨ମି.ମିର ଗଣେଷ ମୁର୍ତ୍ତୀ ନିର୍ମାଣ

24

ବ୍ରହ୍ମପୁର ,o୨/o୯ (ରାଜେଶ ରଣା ) : ସମାଜକୁ ସ୍ବଚ୍ଛତାର ବାର୍ତ୍ତା ପ୍ରଦାନ କରି ବାଲୁକା ଶିଳ୍ପୀ ସତ୍ୟ ମହାରଣା ଅଦରକାରୀ କାଗଜକୁ ନେଇ ରଥରେ ବିରାଜମାନ ଗଣେଷ ମୁର୍ତ୍ତୀ ନିର୍ମାଣ କରିଛନ୍ତି । ରଥଟିର ଉଚ୍ଚତା ୭ଇଞ୍ଚ ଓ ଓସାର ୩ ଇଞ୍ଚ ହୋଇଥିବାବେଳେ ଗଣେଷମୂର୍ତ୍ତିଟିର ଉଚ୍ଚତା ୪ଇଞ୍ଚ ଓ ଓସାର ୩ଇଞ୍ଚ ଅଟେ । ଏହି ମୁର୍ତ୍ତୀଟି ନିର୍ମାଣ କରିବାକୁ ୩ଦିନ ସମୟ ଲାଗିଥିବାବେଳେ ରଥକୁ ମୂଷା ଟାଣୁଥିବା ଦେଖିବାକୁ ମିଳିଛି । ସୁଚନାଯୋଗ୍ୟ, ଗତବର୍ଷ ୩ମି.ମିର ଗଣେଷ ତିଆରି କରି ୱାର୍ଲ୍ଡ ରେକର୍ଡ କରିଥିବାବେଳେ ଚଳିତ ବର୍ଷ ଚକ ଦ୍ବାରା ୨ମି.ମିର ଗଣେଷ ମୁର୍ତ୍ତୀ ନିର୍ମାଣ କରିଛନ୍ତି ।

ADVERTISEMENT