କିସ ମେଡିକାଲ ତରଫରୁ ସ୍ୱାସ୍ଥ୍ୟ ଶିବିର

34

ଦାରିଙ୍ଗବାଡି, ୨୧/୧୦ (ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଏହି ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଏହି ଶିବିରରେ କିସ କଲେଜର ପ୍ରଫେସର ବି.ଡ଼ି. ସାହୁ ଓ ଏସ ସି ପଶା, ଫାର୍ମାସିଷ୍ଟ ଅମିତ କୁମାର ରାୟ, ଓ କିସାନ ହେମ୍ବ୍ରମ ଓ ମୁକେଶ କୁମାର ନାୟକଙ୍କ ଉପସ୍ଥିତରେ ଏହି ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିର ହେବା ଫଳରେ ଜନସଧାରଣ ବହୁତ ଖୁସି ଅନୁଭବ କରିଥିଲେ ସେମାନଙ୍କ କହିବା ଅନୁଯାୟୀ ଆମର ଯଦି କୌଣସି ଦେହ ଖରାପ ହୁଏ ତାହାହେଲେ ଆମକୁ ୩୦ ରୁ ୪୦କିଲୋମିଟର ଯିବାକୁ ପଡିଥାଏ ଏହା ହେବାଦ୍ବାରା ଆମକୁ ଆଉ କୁଆଡେ ଯିବାକୁ ପଡୁନାହିଁ, ଏହି ଶିବିର ସହଯୋଗ କରିଥିଲା ।ଦାରିଙ୍ଗବାଡି ସାସଂଦ ପ୍ରତିନିଧି କ୍ଷେତ୍ର ବାଳା ନାୟକ,ବୁଡ଼ାଗୁଡ଼ା ସରପଞ୍ଚ ନିକିତା ପ୍ରଧାନ, ଯୁବ କର୍ମୀ ପ୍ରିୟବ୍ରତ ପାତ୍ର, ପପୁ, ଶ୍ରୀକାନ୍ତ, ସୁମିତା, ଝୁନୁ କୁସମିତା ଏହି ଶିବିରରେ ୧00ରୁ ଉର୍ଦ୍ଧ ରୋଗୀଙ୍କୁ ସେବା କରାଯାଇଛି

ADVERTISEMENT