କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କେନ୍ଦ୍ରୀୟ ଟିମଙ୍କ ପରିଦର୍ଶନ

6

ବାଲିଗୁଡ଼ା, ୨୧/୧୦ (ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲାକୁ ଆସିଛନ୍ତି କେନ୍ଦ୍ରୀୟ ସ୍ୱତନ୍ତ୍ର ଟିମ ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ଆଗାମୀ ଦିନରେ ପୂରଣ ହେବ କି ନାହିଁ ତାହା ସାଧାରଣରେ ଆଶଙ୍କା ବ୍ୟକ୍ତ କରାଯାଇଛି । ଏଥିସହ ଖାଲି ପଡିଥିବା ଡାକ୍ତର ପଦବୀ ଗୁଡିକୁ ଶୀଘ୍ର ପୂରଣ କରିବା ନେଇ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଏବେ ମୋ ସରକାର ଅନ୍ତର୍ଗତ ପ୍ରଶାସନ ପକ୍ଷରୁ ଏହିସବୁ ପଦବୀ ଗୁଡିକୁ ପୂରଣ କରିବା ନେଇ କେତେ ମାତ୍ରାରେ ତତ୍ପରତା ଦେଖାଦେବ ତାହା ଆଗାମୀ ଦିନରେ ଜଣାପଡିବ । କେନ୍ଦ୍ରୀୟ ସ୍ୱତନ୍ତ୍ର ଟିମ ଆଗମନକୁ ଦୁଷ୍ଟିରେ ରଖି ହସ୍ପିଟାଲ ପରିସରରେ ସାଜସଜା ଓ କର୍ମଚାରୀଙ୍କ ବ୍ୟଗ୍ରତା ଦେଖିବାକୁ ମିଳିଥିବା ବେଳେ ଏହି ଭଳି ସଜାଗତା ଆଗାମୀ ଦିନରେ ରହିବ ନାଁ ନାହିଁ ତାହା ନେଇ ବୁଦ୍ଧିଜୀବୀ ମହଲରେଚର୍ଚ୍ଚା ହୋଇଛି । ତେବେ କେନ୍ଦ୍ରୀୟ ଟିମ ଆସି ପରିଦର୍ଶନ କରି ଗଲା ପରେ ହସ୍ପିଟାଲର କାର୍ଯ୍ୟକଳାପ ନେଇ କୋୖଣସି ମତାମତ ଅବା ପ୍ରତିକ୍ରିୟା ମିଳିନଥିବା ଦେଖିବାକୁ ମିଳିଛି ।

ADVERTISEMENT