ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ପାଇଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଚାନ୍ଦା ଆଦାୟ

25

କୁକୁଡାଖଣ୍ଡି, ୨୧/୧୦ ଈ.ରଞ୍ଜନ ) : କୁକୁଡାଖଣ୍ଡି ସମନିତ ଶିଶୁ ବିକାଶ ଯୋଜନାକୁ ଯେପରି ଦୁର୍ନୀତି ଗ୍ରାସ କରିଛି କେତେବେଳେ ଅଙ୍ଗନବାଡି ସଂଘ କର୍ମୀଙ୍କ ଠାରୁ ମାସିକିଆ ଚାନ୍ଦା ଆଦାୟ କରୁଛି ତ କେତେବେଳେ ନକଲି ଶିକ୍ଷାଗତ ପ୍ରଣାମ ପତ୍ର ଦେଇ କର୍ମୀ ଚାକରି କରୁଛି ଏପରିକି ସାଧାରଣ ସହାୟୀକା ଚୟନ ପାଇଁ ମଧ୍ୟ କୁଆଡ଼େ ମୋଟା ଅଙ୍କର ଅର୍ଥ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦେବାକୁ ପଡେ l ଏହିପରି ଅନେକ ଘଟଣା ହାତଗୁଞ୍ଜା ପାଇବା ପରେ ରଫାଦଫା ହେଇଯାଏ ଯାହାକି ସାଧାରଣ ମଣିଷ ଟିଏ ଜାଣିବା ପୂର୍ବରୁ ସବୁ ସରିଯାଇଥାଏ l ରାଜ୍ୟ ସରକାର ଦୁର୍ନୀତିକୁ ସମୁଳେ ନାଶ କରିବା ପାଇଁ ଯେତେ ପଦକ୍ଷେପ ନେଉଛନ୍ତି ବିଶେଷ କରି ଗ୍ରାମାଞ୍ଚଳରେ ଦୁର୍ନୀତି ସେତେ ଲୋକାଭିମୁଖୀ ହେବାରେ ଲାଗିଛି I ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଆସି ତଦନ୍ତ କରୁଛନ୍ତି କିନ୍ତୁ ଜନତାଙ୍କ ହିତରେ କୌଣସି ପଦକ୍ଷେପ ନିଆଯାଉନାହିଁ l ଏପରିକି ଜିଲ୍ଲାପାଳଙ୍କ ନିର୍ଦେଶ ମଧ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ପାଣିର ଗାର ହେଇଯାଉଛି l ଛତୁଆ କେନ୍ଦ୍ରକୁ ଜିଲ୍ଲାପାଳ ଅଚାନକ ଗସ୍ତରେ ଯାଇ ଭୁଲ ବୋଲି କହୁଛନ୍ତି ଏବଂ କାରଣ ଦର୍ଶାଇବା ପାଇଁ ସାତ ଦିନର ମହଲତ ଦେଉଛନ୍ତି ତାକୁ ଘଣ୍ଟଘୋଡାଇ ସ୍ଥାନୀୟ ପ୍ରଶାସନ ଠିକ କହୁଛି l ଏବଂ ଖୋଦ ସିଡ଼ିପିଓ ଅନିୟମିତତା ନାହିଁ ସବୁ ଠିକ ଚାଲିଛି ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଉଛନ୍ତି l ଏହା ଆଜିର କି କାଲିର ଘଟଣା ନୁହଁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଏହି ଅଵ୍ୟବସ୍ତା ଦେଖିବାକୁ ମିଳୁଛି, କିନ୍ତୁ ଦୁର୍ନୀତି ରୋକିବା ପାଇଁ ପ୍ରଶାସନିକ ଏବଂ ରାଜନୈତିକ ବ୍ୟକ୍ତିଙ୍କ ଇଚ୍ଛା ଶକ୍ତିର ଅଭାବ ସ୍ପଷ୍ଟ ବାରିହୋଇ ପଡୁଛି l ଏହି ଭିତରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଆୟୋଜିତ ହେଉଛି ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ରାଜ୍ୟରେ କନ୍ୟା ଭୃଣ ହତ୍ୟା ରୋକିବା ଝିଅଙ୍କ ଅନୁପାତ ପୁଅଙ୍କ ସହ ସମାନ ହେବ ଏହିଭଳି ଉଚ କୋଟିର ମହତ ଆଶା ରଖି କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଏଥି ନିମନ୍ତେ ବିଧାୟକ, ସାଂସଦଙ୍କ ସହ ଜିଲ୍ଲାପାଳ ମଧ୍ୟ ଅତିଥି ହେଇ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଏବଂ ଜଳପାନ ବ୍ୟବସ୍ଥା ଠାରୁ ଆରମ୍ଭ କରି କେକ୍ କାଟିବା କୁନି କୁନି ଝିଅ ଏବଂ ତାଙ୍କ ପରିବାରକୁ ସ-ସମ୍ମାନେ ପାଛୋଟି ନେବା ଅତିଥି ଚର୍ଚ୍ଚା ପରି ବିଭିନ୍ନ କାର୍ଯ୍ୟ ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ସରକାରୀ ପାଣ୍ଠିରୁ କୁଆଡ଼େ ଟଙ୍କାଟିଏ ମଧ୍ୟ ଅର୍ଥରାଶି ବ୍ୟୟ ବରାଦ ହୋଇନଥାଏ l ଏବଂ ମାସିକ 7500ଟଙ୍କାରେ ନିଜ ପରିବାର ପ୍ରତି ପୋସଣ କରୁଥିବା ଅଙ୍ଗନବାଡି କର୍ମୀ ମାନେ ଏଥିପାଇଁ କୁଆଡ଼େ ଅର୍ଥ ରାଶି ଚାନ୍ଦା ଆକାରରେ ଦିଅନ୍ତି l ଏ ନେଇ ଜଣେ ମହିଳା ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କହିଛନ୍ତି ପ୍ରତି ମାସରେ ସଙ୍ଘ ଚାନ୍ଦା ସାଙ୍ଗକୁ ମୋ ଗେଲ୍ହା ଝିଅ ନିମନ୍ତେ ଚାନ୍ଦା ଅଧିକ ବୋଝ ପଡୁଛି ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ମୁହଁ ଖୋଲୁଛୁ ବୋଲି ସେ କହିଛନ୍ତି l ଏ ବାବଦରେ କୁକୁଡାଖଣ୍ଡି ସିଡ଼ିପିଓ କହିବା କଥା ଲୋକଙ୍କ ଆଗ୍ରହରେ ଏହି କାର୍ଯ୍ୟକ୍ରମ ହେଉଛି ଏଥିପାଇଁ ସରକାର କିଛି ପଇସା ଦିଅନ୍ତି ନାହିଁ I ଏବଂ ଅଙ୍ଗନବାଡି କର୍ମୀଙ୍କୁ ଚାନ୍ଦା ମାଗିବା ମୋ ନଜରକୁ ଆସିନାହିଁ ମୁ କାହାକୁ କହିନୀ ଦେବା ପାଇଁ ବୋଲି ଗଣମାଧ୍ୟମକୁ କହିଛନ୍ତି I

ADVERTISEMENT