ସାମାଜିକ ବାସନ୍ଦକୁ ଗ୍ରାମ୍ୟ କମିଟିର ଅସ୍ୱୀକାର

5

ହିଂଜିଳିକାଟୁ, ୨୧/୧୦ (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ନାଡ଼ି ରାଜଶ୍ୱରୀଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ମମତା ବଡ଼ଖଣ୍ଡି ଗ୍ରାମରେ ବିବାହ କରିଛନ୍ତି । ତେବେ କୌଣସି କାରଣରୁ ମମତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିବାରୁ ଗତ ୧୫ଜୁନରେ ଗାଁ କମିଟିରେ ବିଚାର ହୋଇଥିଲା । ଚାକିରୀ ଛାଡ଼ି ଗାଁରେ ରହିବାକୁ କମିଟି ମମତାଙ୍କୁ କହିଥିଲେ । ତେବେ ଏଥିରେ ମମତା ରାଜି ହୋଇ ନଥିଲେ । ୪ଜୁଲାଇରେ କମିଟି ଗାଁ’ରେ ଧେଣ୍ଡୁରା ଦେଇ ଭଗବାନଙ୍କ ପରିବାରଙ୍କୁ ବାସନ୍ଦ କରିଥିଲେ । ଏଥିନେଇ ଭଗବାନ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା । ମୁଖ୍ୟମନ୍ତ୍ରୀ, ପୋଲିସ ଡ଼ିଜିପି, ଜିଲାପାଳ, ଗଞ୍ଜାମ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ଦୀର୍ଘ ୩ମାସରୁ ଉର୍ଦ୍ଧ୍ୱ ଧରି ଚିଠିଦ୍ୱାରା ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନର ସୁତ୍ର ବାହାରିପାରିନଥିଲା । ଫଳରେ ପରିସ୍ଥିତି ଗମ୍ଭିରତା ଆଡ଼କୁ ଗତି କରିଥିଲା ।ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସରକାର ଯୋଜନାର ଗୁରୁତ୍ୱକୁ ଉପଲବ୍ଧି କରି ଘଟଣାର ସମାଧାନ ସକାଶେ ରବିବାର ପୂର୍ବାହ୍ନରେ ପୋଲିସ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇଥିଲା । ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ହିଂଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ବଡ଼ଖଣ୍ଡି ସରଂପଚ କେ, ଦୁର୍ଗା ପ୍ରସାଦ ରାଓ, ପ୍ରକ୍ତନ ସରଂପଚ ପି. ତୁମ୍ବନାଥ, ହିଂଜିଳି ଥାନା ଏସ.ଆଇ ପ୍ରଦିପ୍ତ କୁମାର ଦାଶ ଓ ଗ୍ରାମ୍ୟ କମିଟି ସଦସ୍ୟ ମିଳିତ ହୋଇ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଟି ତ ହୋଇଥିଲା । ଉକ୍ତ ବୈଠକରେ ଅଭିଯୋଗକାରୀ ନାଡ଼ି ଭଗବାନଙ୍କ ପରିବାର ବାସନ୍ଦ ଅଭିଯୋଗ ଉପରେ ଲିଖିତ ସ୍ପଷ୍ଟୀକରଣ ଦେଇଥିଲେ । ସ୍ପଷ୍ଟୀକରଣ ପତ୍ରାନୁଯାୟୀ ନାଡ଼ି ଭଗବାନଙ୍କ ପରିବାର ପ୍ରତି ସାମାଜିକ ବାସନ୍ଦ ଅପପ୍ରଚାର ସମ୍ପୁଣ୍ଣ ମଥ୍ୟା ଓ କପୋଳକଳ୍ପିତ । ଏଥି ସକାଶେ ଗ୍ରାମବାସୀ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି । ନାଡ଼ି ଭଗବାନଙ୍କ ପରିବାର ଗ୍ରାମରେ ବସବାସ କଲେ ଗ୍ରାମବାସୀଙ୍କ ତରଫରୁ କୌଣସି ଅଭିଯୋଗ କରାଯିବ ନାହିଁ କିମ୍ବା ଭବିଷ୍ୟତରେ ପ୍ରତିରୋଧ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ପତ୍ରରେ ଉଲ୍ଲେଖ କରିଛନ୍ତି । ଗ୍ରାମବାସୀ, ନାଡ଼ି ଭଗବାନଙ୍କ ଦ୍ୱାରା କରାଯାଇଥିବା ଅପପ୍ରଚାରକୁ ବନ୍ଦ କରି ଗ୍ରାମ୍ୟ ମର୍ଯ୍ୟଦାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଛନ୍ତି । ଗ୍ରାମ୍ୟ କମିଟି ସଦସ୍ୟଙ୍କ ବିଚାର ବିମର୍ଷ ପରେ ଏକ ସ୍ୱାକ୍ଷର ସମ୍ବଳିତ ସ୍ପଷ୍ଟୀକରଣ ପତ୍ରକୁ ବ୍ଳକ ଅଧ୍ୟକ୍ଷ, ସରଂପଚ ଓ ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।

                 ପ୍ରକାଶ ଥାଉକି, ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଗ୍ରାମ୍ୟ କମିଟି ନିଷ୍ପତିରେ ଗୋଟିଏ ପରିବାର ଦୁର୍ବିସହ ଜୀବନ କାଟୁଛନ୍ତି  । ଝିଅର ବ୍ୟକ୍ତିଗତ ଜୀବନରେ ଦଖଲ କରି ଗ୍ରାମ୍ୟ କମିଟି ବାପ ମାଆଙ୍କ ଉପରେ ବାସନ୍ଦ ଭଳି ଚରମ ନିଷ୍ପତି ଶୁଣାଇଛନ୍ତି । ୫ହଜାର ୫ଶହ ଜରିମାନା କରିବା ସହ ଗାଁରେ ଧଣ୍ଡୁରା ଦେଇ ସାମାଜିକ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଗତ ଜୁଲାଇ ମାସ ୪ତାରିଖରୁ ଗ୍ରାମର ନାଡ଼ି ଭଗବାନଙ୍କ ପରିବାରଙ୍କୁ ସାମାଜିକ ବାସନ୍ଦ ହୋଇଥିବାରୁ ପରିବାର ଲୋକେ ଅନ୍ୟତ୍ର ରହୁଛନ୍ତି ।   ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନ ଓ ନାଡ଼ି ରାଜଶ୍ୱରୀଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ମମତା ବଡ଼ଖଣ୍ଡି ଗ୍ରାମରେ ବିବାହ କରିଛନ୍ତି । ତେବେ  କୋ÷ଣସି କାରଣରୁ ମମତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିବାରୁ ଗତ ୧୫ଜୁନରେ ଗାଁ କମିଟିରେ ବିଚାର ହୋଇଥିଲା । ଚାକିରୀ ଛାଡ଼ି ଗାଁରେ ରହିବାକୁ କମିଟି ମମତାଙ୍କୁ କହିଥିଲେ । ତେବେ ଏଥିରେ ମମତା ରାଜି ହୋଇ ନଥିଲେ । ୪ଜୁଲାଇରେ କମିଟି  ଗାଁ’ରେ ଧେଣ୍ଡୁରା ଦେଇ ଭଗବାନଙ୍କ  ପରିବାରଙ୍କୁ ବାସନ୍ଦ କରିଥିଲେ । ଏଥିନେଇ  ଭଗବାନ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ  ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇ ନାହିଁ ।  ମୁଖ୍ୟମନ୍ତ୍ରୀ, ପୋଲିସ ଡ଼ିଜିପି, ଜିଲାପାଳ, ଗଞ୍ଜାମ ଏସପିଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ଦୀର୍ଘ ୧ମାସରୁ ଉଦ୍ଧ୍ୱର୍ ଧରି ଚିଠିଦ୍ୱାରା ଅବଗତ କରାଯାଇଥିଲେ ମଧ୍ୟ କୋ÷ଣସି ସୁଫଳ ମିଳିନି । ଚଳିତ ବର୍ଷ ବାସନ୍ଦ ପରିବାରର ଚାଷ ଜମିକୁ କୌଣସି  ମୂଲିଆ ନ ଆସିବାରୁ ବିଲ ପଡ଼ିଆ ପଡ଼ିଛି । ଉପରିସ୍ଥ ଅଧିକାରୀ ଘଟଣାର ସମାଧାନ ସହ ସେମାନଙ୍କ ଗ୍ରାମରେ ବଂଚିବାକୁ ଦେବାକୁ ନାଡ଼ି ଭଗବାନ ଓ ତାଙ୍କ ସ୍ତ୍ରୀ ନାଡ଼ି ରାଜେଶ୍ୱରୀ ନିବେଦନ କରିଥିଲେ ।
ADVERTISEMENT