ମାନସିକ ରୋଗ ଚିହ୍ନଟ ଓ ଚିକିିତ୍ସା ଶିବିର

16

ହିଞ୍ଜିଳିକାଟୁ, ୨୧/୧୦ (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ବେଲଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅପରାହ୍ନରେ ମାନସିକ ରୋଗ ଚିହ୍ନଟ ଓ ଚିକିିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବ୍ରହ୍ମପୁର ନଗର ଚିକିତ୍ସାଳୟର ମାନସିକ ରୋଗ ବିିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ବିଭୁ କଲ୍ୟାଣ ସାହୁ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ପାଗଳାମୀ, ଅବସାଦ, ଛାନଆ, ସୂଚିବାହୀ, ଅପଷ୍ମାର, ଅତ୍ୟଧିକ ଚଳଚଂଚଳ, ପାନ, ସିଗାରେଟ, ଗୁଟଖା, ମଦ୍ୟପାନ ଆଦି ନିଶାସେବନକାରୀଙ୍କ ସମେତ ୩୯ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ରୋଗର ଲକ୍ଷଣ ଅନୁଯାୟୀ ବିଭିନ୍ନ ପ୍ରକାରର ଔଷଧ ମାଗଣାରେ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିପିଏମ ଶଶାଙ୍କ ଶେଖର ପଣ୍ଡା, ପିଏଚଇଓ ମୃତ୍ୟୁଂଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର, ବନବିହାରୀ ନାୟକ, କାଳି ଚରଣ ପାଢି, ଦିଲେଶ୍ୱର ଚୌଧୁରୀଙ୍କ ସମେତ ରବିନ୍ଦ୍ର ସାହୁ, ହରିହର ଚୌଧୁରୀ, ରବି ନାରାୟଣ ପାଣିଗ୍ରାହୀ ପ୍ରମୁଖବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିଥିଲେ ।

ADVERTISEMENT