ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

13

ପାରଳାଖେମୁଣ୍ଡି, ୨୧/୧୦ (ପ୍ରଭାତ ପାତ୍ର ) : ଦୀର୍ଘ ୯ ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରି ସାହି ଛକରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଥିଲା। ତେବେ ସୋମବାର ଦିନ ମାଁ’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ, ବାଜା, ନୃତ୍ୟ ମାଧ୍ୟମରେ ମାଁ’ଙ୍କୁ ସହର ପରିକ୍ରମା କରିବା ପରେ ରାଜଗୁରୁ ସାହି ସ୍ଥିତ ସଧରା ବନ୍ଧ ବିସଜନ କରାଯାଇଥିଲା।

ADVERTISEMENT