କାର୍ତ୍ତିକ ମାସ ଦୃତିୟ ସୋମବାର ନୀଳକଣ୍ଠେଶ୍ଵର ମନ୍ଦିରରେ ଭକ୍ତଙ୍କ ଭିଡ଼

5

ବ୍ରହ୍ମପୁର, ୨୨/୧୦ (ଇ.ରଞ୍ଜନ ) : ବ୍ରହ୍ମପୁର ସହରରେ ସ୍ଥିତ ବହୁ ପୁରାତନନୀଳକଣ୍ଠେଶ୍ୱର ମନ୍ଦିରରେ ସୋମବାର ବାବା ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ଶତାଧିକ ଭକ୍ତଙ୍କ ସମାଗମରେ ମନ୍ଦିର ପ୍ରାଙ୍ଗଣ ଘଣ୍ଟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସମଗ୍ର ଅଞ୍ଚଳ । ଏହା ସାଙ୍ଗକୁ ଅନ୍ନ ଯଂଜ୍ଞର ଆୟୋଜନ କରାଯାଇଥିଲା l ଏହି ପ୍ରସାଦ ସେବନ ପାଇଁ ବହୁ ଭକ୍ତ ଦୀର୍ଘ ସମୟ ଅପେକ୍ଷା କରି ପ୍ରସାଦ ସେବନ କରିଥିଲେ l

ଏଥିରେ ବ୍ରହ୍ମପୁର ସହର ବାସି ଓ ସମାଜସେବୀ ମାନେ ସ୍ବେଛାକୃତ ଭାବେ ଯୋଗ ଦେଇଥିଲେ l ଭକ୍ତ ଭିଲାଷୀ ମାନଙ୍କୁ ଅନ୍ନ ଯୋଗାଇବା ସହ ମନ୍ଦିର ସହଯୋଗରେ ଯୋଗଦାନ କରିଥିଲେ l ଏଥିରେ ମନ୍ଦିର ସଂଗଠନ ଦାୟିତ୍ୱରେ ଥିବା କମିଟି ସଭାପତି କାଳକୀଙ୍କର ପାତ୍ର, ସମ୍ପାଦକ ଦଣ୍ଡପାଣି ସାହୁ, ଉପସମ୍ପାଦକ ସି.ଏଚ ଶ୍ରୀନିବାସ ରାଓ , କୋଷାଧକ୍ଷ ଏ .ବାସୁଦେବ ରେଡ୍ଡୀ ,ଉପଦେଷ୍ଟା -ଏନ .ଭୀମରାଜୂ ରେଡ୍ଡୀ , ମନ୍ଦିର ପୂଜକ ବାପ ପ୍ରତିନିଧି , ଭାଗୀରଥି ରାଉଳଙ୍କ ସମେତ ସହରର ପ୍ରମୁଖ ବ୍ୟକ୍ତି ବିଶେଷଜ୍ଞଙ୍କ ସହ କିଛି ଛାତ୍ର ସମାଜ ସହଯୋଗର ହାତ ବଢାଇଥିବା ଯାଗୁଁ କାର୍ଯ୍ୟ ସମ୍ପାଦନ ହୋଇଥିବା କମିଟି ବୃନ୍ଦ ପ୍ରକାଶ କରିଛନ୍ତି l

ADVERTISEMENT