ଝାମ୍ପିନେଲେ ବୃଦ୍ଧଙ୍କ ସୁନା ଚେନ

10

ବ୍ରହ୍ମପୁର, ୨୨/୧୦ (ଡି.ଏଚ/ଇ.ରଞ୍ଜନ ) : ସଦରଥାନା ଅଧିନରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ।ଶନିବାର ସଂନ୍ଧ୍ୟାରେ କୁକୁଡାଖଣ୍ଡି କାଳୁଆରୋଡରେ ଜଣେ ବୃଦ୍ଧାକଂ ଠାରୁ ବାଇକରେ ଆସି ଏକ ସୁନାଚେନ ଝାମ୍ପି ନେଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ କୁକୁଡାଖଣ୍ଡିର କେ.ଲକ୍ଷ୍ମୀକାନ୍ତାଙ୍କ ଠାରୁ ଶନିବାର ସଂନ୍ଧ୍ୟା ୫.୪୦ ରେ ନିଜ ଘରୁ ବାହାରି କାଳୁଆ ରୋଡ ସ୍ଥିତ ଓମଶାନ୍ତି ଆଶ୍ରମକୁ ଯିବା ସମୟରେ ଏକ ବାଇକରେ ଦୁଇଯୁବକ ଆସି ବୃଦ୍ଧା ଜଣକ କିଛିବୁଝିବା ଆଗରୁ ବେକରୁ ସୁନାଚେନ ଝାମ୍ପି ନେଇ ଚୌଧୁରୀନଗର ସାହି ପଟେ ଚାଲିଯାଇଥିଲେ। ଏନେଇ ବୃଦ୍ଧା ଜଣଙ୍କ ସଦରଥାନାରେ ଅଭିଯୋଗ କରିଥିଲେ ମଧ୍ୟ ।ଏନେଇ ସଦରଥାନା ପକ୍ଷରୁ ତଦନ୍ତରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡିଛି ।

ADVERTISEMENT