କନ୍ଧମାଳ ଜିଲ୍ଲାରେ ଗୃହ ସଚିବଙ୍କ ଦୁଈ ଦିନିଆ ଗସ୍ତ

9

କନ୍ଧମାଳ, ୨୨/୧୦ (ସୁରେଶ କୁମାର ପଣ୍ଡା) : ଗୃହ ସଚିବଙ୍କ ଦୁଈ ଦିନିଆ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ବିଭିନ୍ନ ବ୍ଲକ ଗସ୍ତ କରି ସ୍କୁଲ, ଆବାସ ଯୋଜନା, ଛତୁଆ ଉତ୍ପାଦନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ଓଡିଶା ଗୃହ ସଚିବଙ୍କ ସଞ୍ଜିବ ଚୋପ୍ରା ଆଜି ବାଲିଗୁଡ଼ା ସହରରେ ଦଣ୍ଡପଦର ଛତୁଆ କେନ୍ଦ୍ରକୁ ଯାଇ ସେଠାରେ ତିଆରି କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା ଗ୍ରୁପ ସହିତ କଥା ହୋଇ ନୂଆଗାଁ ଅଭିମୁଖେ ଗସ୍ତ କରିଥିଲେ । ସେଠାରେ ଆବାସ ଯୋଜନା ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା, କନ୍ଧମାଳ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡା ଉପଜିଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ, ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, କେ. ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ, ବାଲିଗୁଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ଅଜୟ ପଣ୍ଡା, ସମନ୍ଵୟ ଶିଶୁ ବିକାଶ କଲ୍ୟାଣ ଅଧିକାରୀ ଅନିତା ଦାଶ ଉପସ୍ଥିତ ରହିଥିଲେ । ସଞ୍ଜିବ ଚୋପ୍ରାଙ୍କ କନ୍ଧମାଳକୁ ବହୁତ ଆଗକୁ ନେବା ପାଇଁ ଇଛା ପ୍ରକାଶ କରବା ସହ ସେ ଆଗରୁ ୯୩/୯୪ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ କସମକୁ ପ୍ରତିଷ୍ଠା କରିଥିଲେ ଏହା ପ୍ରକାଶ କରିଛନ୍ତି ।

ADVERTISEMENT