AIBEA/BEFI ଡାକରାରେ ସର୍ବଭାରତୀୟ ବ୍ୟାଙ୍କ୍ ଧର୍ମଘଟ

13

ବ୍ରହ୍ମପୁର,୨୨/୧୦ (ଗୁରୁ ପ୍ରସାଦ ) : AIBEA ଓ BEFI ଡାକରାରେ ଆଜି ୨୨ ଅକ୍ଟ୍ ୨୦୧୯ ରେ ସର୍ବଭାରତୀୟ ବ୍ୟାଙ୍କ୍ ଧର୍ମଘଟ ପାଳନ କରାଯାଉଅଛି । ଏହି ଧର୍ମଘଟରେ ବ୍ରହ୍ମପୁର ସହରର AIBA ଓ BEFI ସଙ୍ଗଠନରେ ଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍ ର କର୍ମଚାରୀ ସଂଘ ଅଂଶଗ୍ରହଣ କରିଅଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କ ଶିଳ୍ପରେ ମିଶ୍ରଣର ପ୍ରଚେଷ୍ଟା ଏବଂ ଶ୍ରମିକ ମାରଣା ନୀତି, ବ୍ୟାଙ୍କ୍ ଶିଳ୍ପର ଘରୋଇ କରଣ ଏବଂ ଏକତ୍ରିକରଣ ନୀତି ଏବଂ ଶ୍ରମ ଆଇନ ସଂଶୋଧନ ବିରୋଧରେ ଏହି ଧର୍ମଘଟର ଡାକରା ଦିଆଯାଉଛି । ଏହି ଧର୍ମଘଟରେ A ସୁଧୀର, A ଗୋବିନ୍ଦ ରାଓ,ଉଜଳେଶ୍ୱର୍ ଦାଶ,ଅଜୟ ବେହେରା, ସନ୍ତୋଷ କୁମାର ସାହୁ, ଅନିଲ ଓ ପ୍ରସନ୍ନ ଚୈଧୁରୀ ଯୋଗ ଦେଇ ଉଦ୍ଭୋଧନ ଦେଇଥିଲେ । ଯଦି କେନ୍ଦ୍ର ସରକାର ୟୁନିଅନ ମାନଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ଆପୋଷ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଅଧିକ ତୀବ୍ରତର କରାଯିବ ।

ADVERTISEMENT