ଧର୍ମନଗରରେ ଟାଇକୋଣ୍ଡ ପ୍ରଶିକ୍ଷଣ ଶିବିର

9

ବ୍ରହ୍ମପୁର, ୨୨/୧୦ (ସଞ୍ଜୟ ବିଶ୍ୱାଳ ) : ଗତ ରବିବାର ଦିନ ବ୍ରହ୍ମପୁର ସ୍ଥିତ ଧର୍ମନଗର ଟାଇକୋଣ୍ଡ ଟ୍ରେନିଂ ସ୍କୁଲରେ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ଟ୍ରେନିଂ ସ୍କୁଲର କୋଚ ତଥା ସଂପାଦକ ଜନୋଜ କୁମାର ମହାରଣା । ଏଥିରେ ୬୦ରୁ ଉଦ୍ଧ୍ୱର୍ ଖେଳାଳୀ ମାନେ ଭାଗ ନେଇଥିଲେ । ଏହି ପରୀକ୍ଷା କାର୍ଯ୍ୟକ୍ରମରେ ଆନ୍ତର୍ଜତୀୟ କୋଚ ତଥା ଗଂଜାମ ଜିଲ୍ଲା ଟାଇକୋଣ୍ଡ ଏକାଡେମିର ସଂପାଦକ କେ. ମନୋଜ ପ୍ରଧାନଙ୍କୁ ଉପଢୌକନ ଓ ସ୍ମାରକ ପତ୍ର ଦେଇ ସମ୍ମାନୀତ କରାଯିବା ସହିତ ଡିଏଭି ସ୍କୁଲର ଛାତ୍ର ଆଦିତ୍ୟ ରାଜ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଲଳିତ ମୋହନ, ପ୍ରସାଦ ଓ ବାସୁଦେବ ସହଯୋଗ କରିଥିଲେ ।

ADVERTISEMENT