ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ

10

ଭୁବନେଶ୍ବର, ୨୨/୧୦ (ଏଜେନ୍ସି) : ଭୁବନେଶ୍ବର କୋର୍ଟର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ପ୍ରାଥମିକ ତଦନ୍ତରୁ ଦୀପାଳି ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ଦୀପାଳିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଲିଙ୍ଗିପୁର ପଞ୍ଚାୟତ ବିଜୟବିହାର ଇନ୍ଦିରା କଲୋନୀ ପ୍ଲଟ ନମ୍ବରc-3/2 ରେ ନିଜ ମାଆ ଓ ସାନ ଭଉଣୀଙ୍କ ସହ ରହୁଥିଲେ ଦୀପାଳି ।
ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଘଟଣାକୁ ବିତିଛି ୩୬ ଘଣ୍ଟା । କେଉଁ ପରିସ୍ଥିତିରେ ଦୀପାଳିଙ୍କ ମୃତ୍ୟୁ ହେଲା, ସେ ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫ୍ୟାନରେ ଝୁଲାଇ ଦେଇଥିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଏଭଳି ସ୍ଥିତିରେ ସ୍ପେସାଲ ସ୍କ୍ବାର୍ଡକୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଡିସିପି ଅନୁପ ସାହୁ । ରବିବାର ସକାଳୁ ସକାଳୁ ଘରର କବାଟ ଭାଙ୍ଗି ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଅନ୍ୟପଟେ ଘଟଣା ଘଟିବା ପରଠୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ଫେରାର ରହିବା ସନ୍ଦେହକୁ ଦ୍ବିଗୁଣିତ କରିଛି ।

ADVERTISEMENT