ଆଇଏଫଏଫଆଇ ଦ୍ୱାରା ପ୍ରଦାର୍ପଣ ବର୍ଗରେ ପ୍ରତିଯୋଗିତା ପାଇଁ ଚଳଚ୍ଚିତ୍ର ନାମ ଘୋଷଣା

22

ନୂଆଦିଲ୍ଲୀ, ୨୨/୧୦ (ପିଆବି) : ୫୦ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପ୍ରଦାର୍ପଣ ବର୍ଗରେ ପ୍ରତିଯୋଗିତା ପାଇଁ ଚଳଚ୍ଚିତ୍ର ଗୁଡିକର ନାମ ଘୋଷଣା କରିଛି । ଏହି ପ୍ରତିଯୋଗିତାରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅଭିଶେଖ ସାହଙ୍କ ରାଷ୍ଟ୍ରୀୟ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ହେଲାରୋ ଏବଂ ମନୁ ଅଶୋକନଙ୍କ ମାଲାୟାଲାମ ଚଳଚ୍ଚିତ୍ର ଅୟାରେ ନିର୍ଦ୍ଦେଶକଙ୍କ ସର୍ବଶ୍ରେଷ୍ଠ ପ୍ରାରମ୍ଭିକ ଚଳଚ୍ଚିତ୍ର ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅମୀନ ସିଦି-ବ୍ୟୁମେଡିନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆଲଜେରିଆ ଚଳଚ୍ଚିତ୍ର ଅବୁ ଲୀଲା, ଲି ଚଙ୍ଗ-ଜ୍ୟୁନଙ୍କ ଦ୍ୱାରା ନିର୍ଦ୍ଦେଶିତ କୋରିଆ ଚଳଚ୍ଚିତ୍ର ରୋମାଙ୍ଗ, ମରିୟସ ଓଲ୍ଟେଆନୁଙ୍କ ରୋମାନିଆ ଚଳଚ୍ଚିତ୍ର ମୋନଷ୍ଟର୍ସ, ଷ୍ଟିଭେନ ଓରିଟଙ୍କ ଆମେରିକୀୟ ଚଳଚ୍ଚିତ୍ର ମାଇ ନେମ ଇଜ ସାରା ଓ ମହିଳା ନିର୍ଦ୍ଦେଶକ ଇଭା କୁଲଙ୍କ ଚଳଚ୍ଚିତ୍ର କ୍ଲିୟୋ ମଧ୍ୟ ଚଳିତ ବର୍ଷ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହି ମହୋତ୍ସବ ଅନେକ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ପାଇଁ ଶୁଭାରମ୍ଭର କ୍ଷେତ୍ର ବିବେଚିତ ହେଇଆସୁଛି । ଏହାର ଉଦ୍ଦେଶ୍ୟ ହେଉଛି ଏହି ବର୍ଗରେ ବର୍ଷର ପ୍ରଥମ ଥର ପାଇଁ ନିର୍ମାଣ କରିଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କୁ ଆଗକୁ ଆଣିବା । ଏହି ପୁରସ୍କାରରେ ଏକ ରୌପ୍ୟ ମୟୂର, ଏକ ପ୍ରମାଣ ପତ୍ର ଓ ୧୦,୦୦୦,୦୦ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥାଏ ଯାହାକି ଚଳଚ୍ଚିତ୍ରରେ ସୁନ୍ଦର କଳାତ୍ମକ ପ୍ରୟୋଗ ଏବଂ ବୈଷୟିକ କିମ୍ବା ପ୍ରଯୁକ୍ତିଗତ ନବାଚାରର ଏକ ନୂତନ ଦିଗକୁ ଦର୍ଶାଇଥାଏ ।

ADVERTISEMENT