କୁଳଭୂଷଣଙ୍କୁ ଭେଟିବା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କଲା ଭାରତ

11

ନୂଆଦିଲ୍ଲୀ ,o୨/o୯(ରବି ଦାସ ) : ବନ୍ଦୀ ହୋଇ ରହିଥିବା ପୂର୍ବତନ ନୌବାହିନୀ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସୋମବାର ଦିନ ଭେଟିବାକୁ ପାକିସ୍ତାନ ଦେଇଥିବା କନ୍‌ସୁଲାର୍‌ ଆକ୍‌ସେସ୍‌ ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି। ଆଜି ମଧ୍ୟାହ୍ନ ୧୨ଟାରୁ ଦୁଇ ଘଣ୍ଟା ଯାଏଁ ଭାରତୀୟ ଅଧିକାରୀମାନେ କୁଳଭୂଷଣ ଯାଦବଙ୍କୁ ଭେଟିବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଭାରତୀୟ ଡେପୁଟି ହାଇକମିସନର୍‌ ଗୌରବ ଆହଲୁଓ୍ଵାଲିଆ ଯାଦବଙ୍କୁ ଭେଟିବେ। ଲେଖିଥିବା ପତ୍ର ଏବଂ ଆଇସିଜେ ଆଦେଶ ଅନୁସାରେ ପାକସ୍ତାନ ଏହି ସାକ୍ଷାତ୍‌କାର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିବ ବୋଲି ଆଶା କରାଯାଉଛି।ଜୁଲାଇ ୧୭ ତାରିଖ ଦିନ ଆଇସିଜେ ଶୁଣାଇ ଥିବା ରାୟ ଅନୁସାରେ ଯାଦବଙ୍କୁ କନ୍‌ସୁଲାର୍‌ ଆକ୍‌ସେସ୍‌ ମଞ୍ଜୁର କରାଯିବ ବୋଲି ରବିବାର ଦିନ ପାକିସ୍ତାନ କହିବା ପରେ ଭାରତ ପ୍ରସ୍ତୁତି ଆରମ୍ଭ କରିଥିଲା। ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ପାକିସ୍ତାନ ସାମରିକ ଅଦାଲତ ଯାଦବଙ୍କୁ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ଆଇସିଜେ ଜୁଲାଇ ୧୭ ତାରିଖ ଦିନ ରହିତାଦେଶ ଜାରି ରଖିଥିଲେ। ଭିଏନା କନ୍‌ଭେନ୍‌ସନ୍‌ର ଧାରା ୩୬ ଅଧୀନରେ ଯାଦବଙ୍କୁ ତାଙ୍କର ଅଧିକାର ବିଷୟରେ ସୂଚନା ଦେବା ଏବଂ ଭାରତକୁ କନ୍‌ସୁଲାର୍‌ ଆକ୍‌ସେସ୍‌ ଦେବା ପାଇଁ ଇସ୍‌ଲାମାବାଦକୁ କହିଥିଲେ।

ADVERTISEMENT