ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ବିଜୟ ହାସଲ କରି ‘ଶ୍ରେଷ୍ଠ’ ଭାରତୀୟ ଅଧିନାୟକ ହେଲେ ବିରାଟ କୋହଲି

50

ନୂଆଦିଲ୍ଲୀ: ୨୨/୧୦ (ଏଜେନ୍ସି ) : ରାଞ୍ଚିରେ ଟିମ୍‌ ଇଣ୍ଡିଆ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ଗୋଟିଏ ପାଳି ଓ ୨୦୨ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଅଧିନାୟକ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ଟି ଟେଷ୍ଟ ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇଛି। ଏହି ବିଜୟ ସହିତ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ଭାରତୀୟ ଅଧିନାୟକ ମାନ୍ୟତା ପାଇପାରିଛନ୍ତି। କାରଣ ଅନ୍ୟ ୬ ଜଣ ଭାରତୀୟ ଅଧିନାୟକ ୨୭ଟି ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇଛନ୍ତି।

ADVERTISEMENT