ଜୋନାଲ ସ୍ତରୀୟ କ୍ରୀଡ଼ାତ୍ସୋବ : ୭୦ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ

14

ହିଞ୍ଜିଳିକାଟୁ, ୨୨ା୧୦ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ମଙ୍ଗଳବାର ଜୋନାଲସ୍ତରୀୟ କ୍ରୀଡ଼ାତ୍ସୋବ ଅନୁଷ୍ଟିତ ହୋଇଯାଇଛି । ଶେରଗଡ଼ ଓ ହିଂଜିଳିକାଟୁ ବ୍ଳକର ମିଳିତ ସହଯୋଗରେ ସ୍ଥାନୀୟ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବିଇଓ ଭାସ୍କର ପ୍ରସାଦ ଲେଙ୍କା ଯୋଗ ଦେଇ ପତକା ଉତୋଳନ ପୂର୍ବକ ଆନୁ ।ନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ କେ. ନିମାଇଁଚାନ୍ଦ ମହାପାତ୍ର, ବିଶ୍ୱନାଥ ମହାରଣା ଯୋଗ ଦେଇଥିଲେ । ଶେରଗଡ଼ ବ୍ଳକରୁ ୩୬ ପ୍ରତିଯୋଗୀ ଓ ହିଂଜିଳିକାଟୁ ବ୍ଳକରୁ ୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଖୋଖୋ, କ୍ରିକେଟ, ୧୦୦ ମି, ୨୦୦ ମି, ୮୦୦ମି, ୧୫୦୦ମି, ୩୦୦୦ମି ଦୌଡ଼, ଷଟ୍ଫୁଡ଼ ଓ ଡ଼ିସକ୍ରସ୍ ଥ୍ରୋ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ୭୦ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ମନେନେୀତ କରାଯାଇଥିଲା । ଉକ୍ତ କ୍ରୀଡ଼ାତ୍ସୋବରେ ସିଆରସିସି ରଘୁନାଥ ସାହୁ, କ୍ରୀଡ଼ା ପ୍ରଶିକ୍ଷକ ଅରୁଣ ଜେନାସାମନ୍ତ, ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା ଓ ବିଭୁତି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ADVERTISEMENT