କୋଟଗଡ଼ ବ୍ଲକରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ

19

କନ୍ଧମାଳ, ୨୨/୧୦ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ତରଫରୁ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଛି ଏହି ପଦଯାତ୍ରା ସମାରୋହ କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୁର୍ବତନ ବିଧାୟକ ରାଜୀବ ପାତ୍ର, କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ ସାବତ, ବିଧାୟକ ପ୍ରତିନିଧି ପାରାସେଠ, ବରିଷ୍ଠ ବିଜେଡ଼ି ନେତା ଶଙ୍କର ମହାପାତ୍ର, କୋଟଗଡ଼. ବ୍ଲକ ଉପାଧକ୍ଷ ଟି ପାନ୍ତୁଲୁ, ସରୋଜ ବଳିୟାରସିଂ, ଯୁବ ନେତା ଓ କର୍ମୀ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିବା ସହ ପଞ୍ଚାୟତରୁ ବହୁ କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ ।

ADVERTISEMENT