ଜଗଦଳପୁର ଓ ଦୟାପୋଲି ଗ୍ରାମରେ ଶାନ୍ତି ଶୃଙ୍ଖଳା ର ସହ ଗୌରୀ ଆମ୍ମା ଯାତ୍ରା ବିସର୍ଜନ

18

ବ୍ରହ୍ମପୁର, ୨୩-୧୦(ଇ.ରଞ୍ଜନ ): ଜଗଦଳପୁର ଓ ଦୟାପୋଲି ଗ୍ରାମରେ ଶାନ୍ତି ଶୃଙ୍ଖଳା ର ସହ ଗୌରୀ ଆମ୍ମା ଯାତ୍ରା ବିସର୍ଜନ l କୁକୁଡ଼ାଖଣ୍ଡି ଅଧୀନସ୍ଥ ଦୟାପୋଲି ସହ ଜଗଦଳପୁର ଗ୍ରାମରେ କୁମାରପୁର୍ଣିମା ଠାରୁ ମଙ୍ଗଳବାର ଦୀର୍ଘ ୧୧ ଦିନ ଧରି ପୂଜା ପାଉଥିବା ତେଲଗୁ ସମ୍ପ୍ରଦାୟଦାୟ ପାଟସିଲା ଏବଂ ଏଲମା ମିଳିତ ଭାବେ ଦୟାପୋଲିରେ କାର୍ଯ୍ୟକ୍ରମ ହୋଇଥିଲା । ଏହା ଧୁମଧାମରେ ପାଳନ ହଇଥିବା ବେଳେ ଜଗଦଳପୁର ପାଟସିଲା ଲୋକ ମଧ୍ୟ ତାହାର ଅନୁରୁପ ଏହି ଯାତ୍ରା ପରମ୍ପରା ଅନୁଯାୟୀ ଭଗବାନ ଶିବ ଓ ମାଁ ପାର୍ବତୀ ମିଳିତ ଭାବେ ତାଙ୍କ ନନ୍ଦୀବାହାନ ଉପରେ ବସି ସୁନାରିଙ୍କ ଘର ଠାରୁ ଆରମ୍ଭ ହଇ ପୂଜାପାଇଁ ପ୍ରସ୍ତୁତି ହଇଥିବା ବେଳେ ଶେଷରେ ମଧ୍ୟ ସୁନାରି ଘର ବା ମାଁ ଘର କୁଆଯାଉଥିବା ଘର ଦେଇ ଘଣ୍ଟସ୍ଥଳ ନାଦକୁ ଏକ ବିରାଟ ପଟୁଆରରେ ମହିଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଛୋଟ ବଡ଼ ପିଲାମାନେ ବେଶ ହୋଇ ଖୁସିମନରେ ଗ୍ରାମପରିକ୍ରମା କରିବା ପରେ ବିସର୍ଜନ କରିଥିଲେ । ଏଥିରେ ଦୟାପୋଲି ଗ୍ରାମରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ଅଜୟ ମହାରଣା, ସରପଞ୍ଚ ବି.ଆପେୟା, ଗ୍ରାମ ସଭାପତି ବାସୁଦେବ, ସାମ୍ବାଦିକ କୃଷ୍ଣ ମୂର୍ତ୍ତିଙ୍କ ସମେତ ଶତାଧିକ ଗ୍ରାମବାସି ଉପସ୍ଥିତ ରହି. ସେହିଭଳି ଜଗଦଳପୁର ଗ୍ରାମରେ ମଧ୍ୟ ନନ୍ଦୀ ଓ ଗୌରୀ ଆମ୍ମା ଯାତ୍ରାରେ ଦୃଷ୍ଟି ହୀନ କଳାକାରଙ୍କୁ ନେଇ ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲା । ପରେ ଭଗବାନଙ୍କ ବିସର୍ଜନରେ ଇସ୍ୱା ଗୋପାଳ କ୍ରିଷ୍ଣା, କେ.ଵାଲାରାଜୁ ଏ ନଗେସ୍ୱର ରାଓ,କେ.ଗଣେଷ , ଏ. ଗଣେଷ, ଇ.ଶ୍ରୀନିବାସ, ଉପେନ୍ଦ୍ରରାଓ ଏ ଉଗୁ ରାଓ ସନ୍ତୋଷ ରାଓଙ୍କ ସମେତ ସମସ୍ତ ସାହି ବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ସମାପନ କରାଯାଇଥିଲା ।

ADVERTISEMENT