ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୦ର ଶୁଭାରମ୍ଭ

90

ସାନଖେମୁଣ୍ଡି,o୨/o୯ (ଏଜେନସି ) : ସେପ୍ଟେମ୍ବର ପହିଲି ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଦେଢ଼ ମାସ ବ୍ୟାପି ହେବାକୁ ଥିବା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୦ ସୋମବାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଅଛି। ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଶିବଶଙ୍କର ମିଶ୍ର ଓ ତହସିଲଦାର ଶ୍ରୀ ଅମିତ କୁମାର ନାୟକଙ୍କ ଦ୍ୱାରା ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୧୩୦-ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୪୩ ଗୋଟି ବୁଥରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଅବସରରେ ମହାନଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ୨୦୫ ଓ ୨୦୬ ଠାରେ ବିଏଲ ଓ ବନିତା କୁମାରୀ ରଥ ଓ ସୁଜ୍ଞାନୀ ସେଠୀଙ୍କ ସଂଯୋଜନାରେ ଉଭୟ ତହସିଲଦାର ଓ ବିଡ଼ିଓଙ୍କ ଦ୍ୱାରା ଶୁଭାରମ୍ଭ ହୋଇଅଛି। ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଭୟ ଅଧିକାରୀ ବୁଥ ସ୍ୱରରେ କରାଯାଉଥିବା ଏହି ଜନହିତକର କାର୍ଯ୍ୟକ୍ରମରେ ସଠିକ ନିରୂପଣ ସହ ମୃତ ସ୍ଥାନାନ୍ତର ମତଦାନଙ୍କୁ ତାଲିକାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେବା ସହ ନୂତନ ଭୋଟରଙ୍କୁ ତାଲିକା ଯୁକ୍ତ କରାଯିବାକୁ ଗୁରୁତ୍ୱରୋପ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ପଞ୍ଚାୟତ ଅଧିକାରୀ ଶ୍ରୀମତି ବୈଜୟନ୍ତି ମୁଣ୍ଡା ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା ସହାୟତ କରିଥିଲେ।

ADVERTISEMENT