ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଟିତ।

22

ବୋରିଗୁମ୍ମା, ୨୩-୧୦(ଦୟାନିଧି ପଟନାୟକ ) : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୋରାପୁଟ ଓ ଜିଲ୍ଲା ସ୍ଵାସ୍ଥ୍ୟ ସେବା ସମିତି ଆନୁକୂଲ୍ୟରେ ଶିବିରଟି ଅନୁଷ୍ଟିତ ହୋଇଥିଲା। ବୋରିଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ମାନସିକ ରୋଗୀ ମାନଙ୍କୁ ଚିକିତ୍ସା କରାଯାଇଥିଲା। କୋରାପୁଟରୁ ଆସିଥିବା ମାନସିକ ରୋଗ ବିଶେଷଜ୍ଞ ଡ଼.ବାପିନି ପାତ୍ର ଓ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼.ରାଜା ରାମ ସ୍ୱାଇଁ ମାନସିକ ରୋଗୀ ମାନଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ। ବୋରିଗୁମ୍ମା ବ୍ଲକର ୪୧ ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରାୟ ୧୦୮ ଜଣ ମାନସିକ ରୋଗୀ ଚିକିତ୍ସିତ ହୋଇଥିଲେ। ମାନସିକ ରୋଗୀଙ୍କ ମଧ୍ୟରେ ଛୋଟ ପିଲା , ମହିଳା ଓ ପୁରୁଷ ମାନସିକ ରୋଗୀ ଥିବା ଦେଖିବାକୁ ମିଳିଥିଲା। ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସୋରାଜ ମହାପାତ୍ର, ପଦ୍ମ ଲୋଚନ ମିଶ୍ର, ଏସ.ଶ୍ରୀନିବାସ ଓ ଗୋଲାକ ଚୌଧିରୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ ।

ADVERTISEMENT