ବିଜେପୁର ଉପନିର୍ବାଚନରେ ଫଳାଫଳ ଅକ୍ଟୋବର ୨୪ ପ୍ରକାଶ ପାଇବ।

8

ଭୁବନେଶ୍ୱର, ୨୩-୧୦(ଏଜେନ୍ସି): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ୨ଟି ନିର୍ବାଚନ ଅପେକ୍ଷା ଚଳିତଥର ଅଧିକ ଏକପାଖିଆ ଜନମତ ହୋଇଛି। ଏହା ବିଜୟ ବ୍ୟବଧାନକୁ ମଧ୍ୟ ବୃଦ୍ଧି କରିବ ବୋଲି ସୁଶାନ୍ତ କହିଛନ୍ତି। ଅନୁରୂପଭାବେ କଂଗ୍ରେସ ୧୦୦୦ରୁ ୨୦୦୦ ଭୋଟରେ ବିଜୟୀ ହେବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଭାଜପା ସଭାପତି ବସନ୍ତ ପଣ୍ଡା ମଧ୍ୟ ଦଳର ବିଜୟ ନେଇ ଆଶାବାଦୀ ଅଛନ୍ତି।

ADVERTISEMENT