ଦର୍ଶନ ଓ ତର୍କଶାସ୍ତ୍ର ବିଭାଗର ପାଠ ଚକ୍ର

36

ବାଲିଗୁଡା, ୨୩-୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଦର୍ଶନ ଓ ତର୍କଶାସ୍ତ୍ର ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା   ଅଧ୍ୟକ୍ଷତା କରିଥିଲେ lଏଥିରେ ଅତିଥି ଭାବେ ଗଣିତ ବିଭାଗର ପ୍ରାଧ୍ୟାପକ କାର୍ତ୍ତିକ ଚନ୍ଦ୍ର ସି , ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ. ବିଭୁତି ଭୂଷଣ ଆଚାର୍ଯ୍ୟ, ରାଜନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ.ସୁଶାନ୍ତ କୁମାର ଦାସ , ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ l ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଗିରିଶ ମୁଠା ମାଝୀ  ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ମାନଙ୍କର ପରିଚୟ ଦେଇଥିଲେ lପାଠଚକ୍ର ସମ୍ପାଦକ ଛାତ୍ର ଆଲୋକ ବେହେରା ଭାରତୀୟ ତର୍କ ଓ ଦର୍ଶନ ଶାସ୍ତ୍ର ର ମୁଖ୍ୟ ଉଦେଶ୍ୟ ଉପରେ  ଲିଖିତ ସନ୍ଦର୍ଭ ପାଠ କରିଥିଲେ l ତାଙ୍କୁ ବିଭାଗୀୟ ଅଧ୍ୟାପକ ଦିବ୍ୟ ଲୋଚନ ପ୍ରଧାନ, ଜାକବ ମାଝୀ  ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଦିଲୁ ଡିଗାଲ,ଶ୍ରୀମତୀ ମଲ୍ଲିକ, ଆଲୋକ ବେହେରା  ପ୍ରମୁଖ ଉପସ୍ଥିତ ରହି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଅଧ୍ୟାପକ ଦିବ୍ୟ ଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ADVERTISEMENT