ପଦ୍ମାବତୀ ୱାର୍କସ କ୍ଲବ ତରଫରୁ ସ୍ୱାସ୍ଥ୍ୟ ଶିବିର

15

ବ୍ରହ୍ମପୁର,୨୩/୧୦(ଈ.ରଞ୍ଜନ) : ବ୍ରହ୍ମପୁର ପ୍ରେମନଗର ପ୍ରଥମ ଲାଇନ ସ୍ଥିତ ଜୟନ୍ତ ରାଓ କ୍ଲିନିକରେ ପଦ୍ମା ବତୀ ୱାର୍କସ ତରଫରୁ ମାଗଣା ସ୍ୱାସ୍ଥ୍ୟ ନିମନ୍ତେ ପରୀକ୍ଷା ଏ ସତ୍ୟ ଭାମା ପାତ୍ର ନେତୃତ୍ୱରେ ପ୍ରାୟ ୨00ଶହ ଆଶଙ୍କା ଘେର ରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏ.ଡି.ଭି.ଆଇର ସଭାପତି ଜି.ଆଦୀନାରାୟଣ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ଯୋଗ ଦେଇଛନ୍ତି। ରୋଗି ଅବା ପରିକ୍ଷାର୍ତ୍ତୀ ମାନଙ୍କୁ ନେଇ ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି । ଏଥିରେ ଡା. ଜୟନ୍ତୀ ରାଓ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମୀ ମାନଙ୍କ ସହଯୋଗରେ ଉପସ୍ଥିତ ରୋଗୀ ଉପକୃତ ହଇଥିଲେ ।

ADVERTISEMENT