ରାସ୍ତା କଡ଼ରୁ ଏକ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର

8

ପାରଳାଖେମୁଣ୍ଡି,୨୩/୧୦(ପ୍ରଭାତ ପାତ୍ର ) : ରା. ଉଦୟଗିରି ଥାନା ଅନ୍ତର୍ଗତ ପରିସଳ ଗ୍ରାମ ନିକଟ ରାସ୍ତା କଡ ବୁଦାରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ମୃତକ ହେଲେ ଏନ୍. ଜାଲାରସିଂର କୁରାମଣୀ ସାହୁଙ୍କ ପୁଅ ବାସୁଦେବ ସାହୁ। ମଙ୍ଗଳବାର ଦିନ ସକାଳୁ ପରିସଳ ଗ୍ରାମର ଲୋକମାନେ ବୁଦାରୁ ବାସୁଦେବଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ତାଙ୍କ ମୃତ୍ୟୁ ଦେହ ନିକଟରୁ ଏକ ମୋଟର ସାଇକେଲ ମଧ୍ଯ ମିଳିଛି। ତେବେ କିଛି ଲୋକ ଏହାକୁ ଦୁର୍ଘଟଣା କହୁଥିବା ବେଳେ ଅନେକ ଏହାକୁ ହତ୍ୟା ବୋଲି କହୁଛନ୍ତି। ମୃତ୍ୟୁ ବାସୁଦେବର ବେକର କିଛି ସ୍ଥାନରେ କ୍ଷେତ ଚିହ୍ନି ଦେଖିବାକୁ ମିଳିଛି । ରାସ୍ତା ଉପରେ ଦୁଘଟଣାକୁ ନେଇ କୌଣସି ସୁରାକ ମିଳିନଥିବାରୁ ପୋଲିସ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛି। ସେପଟେ ଘଟଣା ସ୍ଥଳରେ ଆର. ଉଦୟଗିରି ପୋଲିସ ଓ ଏଡିଏମ ଅଶୋକ କୁମାର ମହାପାତ୍ର , ଆଇଆଇସି ମମତା ନାୟକ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣା ସୃଷ୍ଟ ହେବ କହିଛନ୍ତି ।

ADVERTISEMENT