ଉପ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ତହସିଲ ପରିଦର୍ଶନ

10

ସାନଖେମୁଣ୍ଡି,୨୩/୧୦(ପ୍ରଫୁଲ୍ଲ ସାବତ) : ସ୍ଵତନ୍ତ୍ର ପରିଦର୍ଶନ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାନଖେମୁଣ୍ଡି ତହସିଲ ପରିଦର୍ଶନ କ୍ରମରେ ଅନୁଧ୍ୟାନ କରିଛନ୍ତି l ପ୍ରତି ୫ ବର୍ଷରେ ଏହି ବାର୍ଷିକ ଜମାବନ୍ଦି ରାଜସ୍ବ ଧାରା ଅନ୍ତର୍ଭୁକ୍ତ ଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଆଜି ସାନଖେମୁଣ୍ଡି ତହସିଲର ଆର୍ଥିକ ବର୍ଷ ୨୦୧୮-୨୦୧୯ ର ଜମାବନ୍ଦୀ ନିରୀକ୍ଷଣ କରିବା ସହିତ ତହସିଲ ଅଞ୍ଚଳରେ କରାଯାଇଥିବା ରାଜସ୍ବ ସଂଗ୍ରହ ଧାରାର ସର୍ଜମିନ୍ ଯାଞ୍ଚ କରିଛନ୍ତି l ତହସିଲଦାର ଶ୍ରୀ ଅମିତ୍ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲ ଅନ୍ତର୍ଗତ ୭ ଗୋଟି ରାଜସ୍ବ ମଣ୍ଡଳରେ ନିରୀକ୍ଷକ ଉପସ୍ଥିତ ରହି ମଣ୍ଡଳ ସ୍ତରୀୟ ଜଳକର, ଭୂମିକର ଇତ୍ୟାଦି ତର୍ଜମା କରିବା ସହ ମଣ୍ଡଳରେ ଥିବା ବାଲି ଟିକସ, ପଥର କୁଆଁରୀର ନିଲାମ ସମ୍ପର୍କୀୟ ରାଜସ୍ବ ଆଦାୟର ସମୀକ୍ଷା କରିଥିଲେ l କାର୍ଯ୍ୟାଳୟ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ କୁମାର୍ ପାତ୍ର,ରାଜସ୍ବ ପରିଦର୍ଶକ ଲକ୍ଷ୍ମୀ ନାରାୟଣ ପାତ୍ର,ସମସ୍ତ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ଉପ ବିଭାଗ କର୍ମଚାରୀଙ୍କ ସହ ମିଳିତ ବୈଠକରେ ସରାକରଙ୍କ ୫ ଟି କାର୍ଯ୍ୟକାରିତା ଓ ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ବ ବିଭାଗରେ ଦଲାଲ୍ ଗିରିଙ୍କୁ ପ୍ରୋତ୍ସାହନକୁ ବିରୋଧ କରିବା ପାଇଁ କର୍ମଚାରୀଙ୍କୁ ତାଗିଦ୍ କରିଥିଲେ l ରାଜସ୍ବ ନୀରିକ୍ଷକ ଦୀପକ୍ କୁମାର ଗମାଙ୍ଗ,ପ୍ରଦୀପ କୁମାର ବେହେରା,କାଞ୍ଚନ ସାହୁ, ପୁଷ୍ପାଞ୍ଜଳି ମଲ୍ଲିକ, ବିଭୁପ୍ରସାଦ ସ୍ୱାଇଁ ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ADVERTISEMENT