ଜବକାର୍ଡ ଥାଇ ମଧ୍ୟ ଗରିବ ଗୁରୁବା ଶ୍ରମିକ ମାନଙ୍କୁ ମିଳୁନି କାମ

20

ଧରାକୋଟo୨/o୯ (ଏଜେନସି ) : ସାଧାରଣ ଗରିବ ଗୁରୁବ ଶ୍ରମିକ ଶ୍ରେଣୀର ବ୍ୟକ୍ତି ମାନଙ୍କୁ ବର୍ଷକୁ ଶହେ ଦିନର ରୋଜଗାର ତଥା କାମ ଯୋଗାଇଦେବା ପାଇଁ ସରକାର ଯୋଗାଇଦେଉଛନ୍ତି ଜବ କାର୍ଡ। ହେଲେ ଜବ କାର୍ଡ ମିଳିଥିଲେ ମଧ୍ୟ ବର୍ଷ ବର୍ଷ ଧରି ମିଳୁନି କାମ। ଯାହାର ସେମିତି ପ୍ରମାଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମରେ। ଗ୍ରାମର ପ୍ରାୟ ସମସ୍ତଙ୍କୁ ଗଲା ଅନେକ ବର୍ଷ ହେବ ଜବ କାର୍ଡ ମିଳିଥିଲେ ମଧ୍ୟ ଦିନେ ବି କାମ ମିଳିନଥିବା ଅଭିଯୋଗ ହୋଇଛି। ଯାହାରି ଫଳରେ ଲୋକ କାମ ନପାଇ ଅନ୍ୟ ରାଜ୍ୟକୁ ଦାଦନ ହୋଇ ଯାଉଛନ୍ତି ଗ୍ରାମବାସୀ। ଦୟାକରି ଘଟଣାର ସଠିକ ଅନୁଧ୍ୟାନ କରାଯିବା ସହ ଏସି ଅସହାୟ ମାନଙ୍କୁ କାମ ଦେବାରେ ସହଯୋଗ କରାଯାଉ। ଏଥି ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ADVERTISEMENT