ଭାରତୀୟ ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

12

ବ୍ରହ୍ମପୁର,୨୩/୧୦(ଏଜେନ୍ସି) : ଆଜି ବ୍ରହ୍ମପୁର ସହର ସ୍ଥିତ ବିଜିପୁର ସନ୍ତୋଷି ମା ମନ୍ଦିର କଲ୍ୟାଣ ମଣ୍ଡପ ରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀ ରେ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ବ୍ରହ୍ମପୁର ମୁନିସିପାଲ କର୍ପୋରେସନରେ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ରାଶିକୁ କିଭଳି ଆତ୍ମା ସାତ କରିଥିବା ନେଇ ପ୍ରକାଶ କରିଥିଲେ । ମୁନିସିପାଲ କର୍ପୋରେସନ ୩୯ଜଣ କର୍ମଚାରୀ ୨୦୧୬-୧୭ମସିହ ରେ ସରକାରୀ କ୍ବାର୍ଟରରେ ରହି ମଧ୍ୟ ୪ଲକ୍ଷ ୭୬ହଜାର ୩୧୩ଟଙ୍କା ଘରଭଡା ବାବଦକୁ ଦରମା ବିଲ୍ ସହିତ ନେଇଛନ୍ତି । ସେହିପରି ମେଡ଼ିକାଲ ଏଲାଉନ୍ ସେସ୍ ବାବଦକୁ ୧୭ଲକ୍ଷ ୩୯ହଜାର ୮୦୫ଟଙ୍କା,ବାର୍ଦ୍ଧକ୍ୟ ଭତ୍ତାରେ ୪୬ ହଜାର ଟଙ୍କା ଆତ୍ମା ସାତ ହୋଇଥିବା ଅଡିଟ ରିପୋର୍ଟ ର ତଥ୍ୟ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଈନଜୀବି ସୁଧାଶୁ ଶେଖର ପଣ୍ଡା, ଡ:ଶିବ ପ୍ରସାଦ ମିଶ୍ର, ମୋହନ ସିଙ୍ଗାରି,ଲଳିତ ମୋହନ ପାଢ଼ୀ, କୈଳାସ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାତ୍ର, ବିଶ୍ବଦେବ ମହାରଣାଙ୍କ ସମେତ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ADVERTISEMENT