ଜିଲ୍ଲାପାଳଙ୍କ ଦ୍ୱାରା ଆକ୍ସିସ ବ୍ୟାଙ୍କର ଶାଖା ଉଦଘାଟନ

4

ବ୍ରହ୍ମପୁର,୨୩/୧୦(ସାହେବ ନାୟକ ) : ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଗୋଶାଣିନୁଆଗାଁ ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଏକ୍ସିସ ବ୍ୟାଙ୍କର ଏକ ଶାଖାକୁ ଉଦ୍ଘାଟନ କରିଛନ୍ତି ।ଏହା ଗଂଜାମ ଜିଲ୍ଲାର ୧୫ ନମ୍ବର ଶାଖା ହୋଇଥିବା ବେଳେ ବ୍ରହ୍ମପୁର ସହରର ଚତୁର୍ଥ ଶାଖା , ଏହି ଅବସରରେ ବ୍ରହ୍ମପୁର କ୍ଲଷ୍ଟରର ମୁଖ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗୋଶାଣୀନୂଆଗାଁ ଶାଖାର ମୁଖ୍ୟ ସ୍ୱଦେଶ ମହାନ୍ତି ,ଛତ୍ରପୁର ଶାଖା ମୁଖ୍ୟ ସଞ୍ଜୟ ଅଗ୍ରୱାଲ, ପରିଚାଲନା ମୁଖ୍ୟ ସ୍ନେହାଶିଷ ବେହେରା, ଉପଭକ୍ତା ସେବା ଅଧିକାରୀ ମନମୋହନ ଆଚାର୍ଯ୍ୟ, ସୀତାଂଶୁ ଆଚାର୍ଯ୍ୟ, ବ୍ୟବସାୟ ଉନ୍ନତି ମୂଳକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସେଲସ ଆସିଷ୍ଟାଣ୍ଟ ମ୍ୟାନେଜେର ବଳରାମ ମହାନ୍ତି ଏବଂ ସୁଶୀଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT