ଧରାକୋଟ ତହସିଲଦାରଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ

8

କୁକୁଡାଖଣ୍ଡି,୨୩/୧୦(ଇ.ରଞ୍ଜନ ) : କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଦୁଇଟି ଛତୁଆ କେନ୍ଦ୍ର ରହିଛି l ନାରାୟଣପୁର ସ୍ଥିତ ମା ଅମ୍ବିକା ଛତୁଆ କେନ୍ଦ୍ର ଏବଂ ଜଗଦଳପୁର ସଂଗ୍ରାମ ଛତୁଆ କେନ୍ଦ୍ର l ଯେଉଁଗୁଡିକ କୋମଳମତି ଶିଶୁଙ୍କ ପୃଷ୍ଟିହୀନତା ସହ ଶାରୀରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପିଲାମାନଙ୍କୁ ଛତୁଆ ଯୋଗାଇବ l ବହୁ ସମୟରେ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି କେନ୍ଦ୍ର ଗୁଡିକ ରାଜନୈତିକ ଦଳର ହାତ ବାରିସୀ ହୋଇ କୁନିକୁନି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ଉଠିଛି l ତାହା ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ପରେ ଖୋଦ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଜଗଦଳପୁର ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଅନିୟମିତତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବାଧ୍ୟ ହୋଇ ଆଲୁଅ ନଥିବାରୁ ଟର୍ଚ୍ଚ ଲାଇଟ ପକେଇ ସ୍ଥିତି ପରଖିଥିଲେ ଏବଂ ସ୍ଥାନୀୟ ପ୍ରଶାସନକୁ ସାତ ଦିନ ମଧ୍ୟରେ କେନ୍ଦ୍ରର ତଥ୍ୟ ପ୍ରଦାନ କରିବାକୁ କହିଥିଲେ l ଚର୍ଚ୍ଚା ହେଉଛି କୁଆଡ଼େ ସିଡିପିଓଙ୍କ ସହ ଭିତିରି ବୁଝାମଣାରେ କେନ୍ଦ୍ର ଗୁଡିକ ଚାଲୁଥିବାରୁ ସେ କୁଆଡ଼େ ସଠିକ ତଥ୍ୟ ପ୍ରଦାନ କରିନଥିଲେ, ଯାହାଫଳରେ ମଙ୍ଗଳବାର ପୁନର୍ବାର ଜିଲ୍ଲା ସମାଜ ମଙ୍ଗଳ ବୋର୍ଡ ଅଧିକାରିଣୀ ମନୋରମା ରେଡି ପୁନର୍ବାର ସଂଗ୍ରାମ ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ସଂଗ୍ରାମ ଏସ.ଏଚ.ଜି ମୁଖ୍ୟଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ବୁଧୁବାର ହାଜର ହେବାକୁ ନୋଟିସ ଜାରି ହୋଇଛି l ସ୍ଥାନୀୟ ପ୍ରଶାସନ ବ୍ୟତୀତ ନୂତନ ଭାବେ ତିନି ଦିନ ତଳେ ଧରାକୋଟ ତହସିଲଦାର ରୁପେ କାର୍ଯ୍ୟରେ ଯୋଗ ଦେଇଥିବା କୂରେଶ ଚନ୍ଦ୍ର ଯାନୀ କୁଂ ଭରସା କରି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉଭୟ କେନ୍ଦ୍ର ପରିଦର୍ଶନ କରିଥିଲେ l ଏବଂ ମା ଅମ୍ବିକା ଛତୁଆ କେନ୍ଦ୍ର ଗୋଟିଏ ଜାଗାରେ ସିସି ଟିଭି କ୍ୟାମେରା ଲାଗିନଥିବା କାରଣରୁ ଖୁବ ଶୀଘ୍ର ପୁରା କେନ୍ଦ୍ରକୁ ସିସି ଟିଭି ନଜରରେ ରଖିବା ପାଇଁ ତାଗିତ କରିଥିଲେ।

ADVERTISEMENT