ଶାସକ ବିଜେଡ଼ି ପକ୍ଷରୁ ୬୮ନଂ ଜୋନରେ ଜନ ସମ୍ପର୍କ ପଦଯାତ୍ରା

30

ହିିଞ୍ଜିଳିକାଟୁ,୨୩/୧୦(ଶେଷଦେବ ସାହୁ): ମଙ୍ଗଳବାର ହିଂଜିଳିକାଟୁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ୬୮ନଂ ଜୋନ ସାରୁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରୁ ଶାସକ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଓ ଜନସମ୍ପର୍କକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଦଯାତ୍ରା ସାରୁ ଗ୍ରାମରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ବଡ଼ଦାଣ୍ଡ ସାହି ମଧ୍ୟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋିଥିଲା । ଉକ୍ତ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ହିଂଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏବଂ ରାଜ୍ୟ ସରାରକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ଉକ୍ତ ଯୋଜନା ମଧ୍ୟରେ ମୋ ସରକାର, ୫ ଟି ମନ୍ତ୍ର ବିଷୟରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଜନସାଧାରଣଙ୍କ ନିକଟରେ ପଂହଚାଇବା ପାଇଁ ଏହି ପଦଯାତ୍ରାର ମୁଳ ଲକ୍ଷ୍ୟ ବୋଲି ଉପସ୍ଥିତ ନେତୃମଣ୍ଡଳୀ କହିଥିଲେ । ପରେ ମକରଟୋଲ ଗ୍ରାମରେ ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ପରେ ଗ୍ରାମ ପରିସରରେ ଏକ ପଥପ୍ରନ୍ତ ସଭାର ଆୟୋଜନ କରାଯାଇଥିଲା । ସଭାରେ ଗ୍ରାମାଂଚଳର ଗରୀବ ଓ ଆର୍ଥୀକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସକାଶେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବରିଷ୍ଟ ନେତା ତଥା ସମାଜସେବୀ ଡ଼ି. ବିଶ୍ୱନାଥ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ, ପ୍ରମୋଦ ମହାନ୍ତି, ଦୁର୍ଗା ମାଧବ ମହାନ୍ତି, ସରଂପଚ ରମା ଦାସ, ଜି, ଏରମା, ଲକ୍ଷ୍ମଣ ଗୌଡ଼, ରଘୁନାଥ ବେହେରା,ଯୁବନେତା ଅଜୟ କୁମାର ମହାରଣା, ପୋଚିଲିମା ସଂରପଚ ଭାଣ୍ଡି ରବିନ୍ଦ୍ର, ମକରଝୋଳ ପୂର୍ବତନ ସଂରପଚ ବି. ଶଙ୍କର, ଜି. ମୋହନ, ରାମହରି ଶର୍ମ. ରାମଚନ୍ଦ୍ର ସାହୁ, ଶତୃଘ୍ନ ରାଉତ, ସମିର ପ୍ରଧାନ, ଦୁର୍ଗା ମାଧବ ସାହୁ, ନିଳାଂଚଳ ପାଢି, ଭଗବାନ ଗୌଡ଼, ବ୍ରହ୍ପୁର କେନ୍ଦ୍ର ସମବାୟ ବ୍ୟାଙ୍କର ନିଦେ୍ର୍ଧଶକ ବି. ତ୍ରିନାଥ,ଅଶୋକ ପଣ୍ଡା, ବିଜେଡ଼ି ମହିଳା ସଭାନେତ୍ରୀ ମମତା ରେଡ୍ଡି, ରାମଚନ୍ଦ୍ର ଗୌଡ଼, କେ. ଦଣ୍ଡପାଣି, ପି. ଜୟ, ମନୋଜ ପୋଲୋଇଙ୍କ ବହୁ ବିଜେଡ଼ି କର୍ମୀ, ଦଳୀୟ ସମର୍ଥକ ଉପସ୍ଥିତ ଥିଲେ ।

ADVERTISEMENT