ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ ମୋ ଡାକ୍ତରଖାନା ମୋ ଗର୍ବ’ ପ୍ରସ୍ତୁତି ବୈଠକ

30

ସାନଖେମୁଣ୍ଡି,୨୩/୧୦(ପ୍ରଫୁଲ ସାବତ) : ବ୍ଲକ ଅଧିନ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ମୋ ଡାକ୍ତରଖାନା ମୋ ଗୌରବ ଜନିତ ସାଧାରଣ ସହ ଯୋଗିତ ଓ ସହ ଭାଗିତା କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ସରକାରଙ୍କ ଦ୍ଵାରା ସାଧାରଣରେ ଆଦୃତ ସେବା ସମୂହର ଉପ ଯୋଗିଆତର ବାଧକ ତତ୍ୱର୍ ନିରୀକ୍ଷଣ ସହିତ ଉତ୍ତମ ଭିତ୍ତିଭୂମି ସୃଷ୍ଟିକରି ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରାଇବା ଲକ୍ଷରେ ଥିବା ୫ ଟି ଯୋଜନା ଅନ୍ତର୍ଗତରେ ଥାନା ସହିତ ଡାକ୍ତରଖାନାକୁ ପ୍ରାଥମିକ ସ୍ତରରେ ସଂଶ୍ଲିଷ୍ଟତା କାରଣରୁ ସାଧାରଣ ସେବା ପ୍ରଦାନରେ ଥିବା ବ୍ୟାଘାତ ଜନିତ୍ କାରଣରୁ ସମନ୍ବୟର ସହ ଦୂରୀକରଣ କରିବା ନିମନ୍ତେ ସୃଷ୍ଟି କାର୍ଯ୍ୟକ୍ରମ ମୋ ଡାକ୍ତରଖାନା ମୋ ଗୌରବର ଆଜି ପୂର୍ବ ପ୍ରସ୍ତୁତି ସହ ଆରମ୍ଭ ହୋଇଅଛି l ଆଡପଦା ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ର ସମ୍ମିଳନୀ କକ୍ଷରେ ଅଞ୍ଚଳ ଜନ୍ ପ୍ରତିନିଧି ସମୂହ ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ସମସ୍ତ ଡାକ୍ତର ଓ ଫାର୍ମାସିଷ୍ଟ , ବ୍ଲକ ଅଧିନ ସମସ୍ତ ସଂପୃକ୍ତ ଅଧିକାରୀଙ୍କ ମିଳିତ ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଟ ଡା. ତପନ କୁମାର ମଲ୍ଲଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ସାନଖେମୁଣ୍ଡି ବ୍ଲକ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚଦ୍ର ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ ଓ ଆଡପଡା ସରପଞ୍ଚ ନୀଳମାଧବ ରାଉତ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ ବେହେରା କାର୍ଯ୍ୟକ୍ରମ ସଂଜୋଜନା କରିଥିଲେ l ଶ୍ରୀ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜଳନ୍ ସହ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଡ଼: ମଲ୍ଲଙ୍କ ବିଭାଗୀୟ ଅନୁଶାସନରେ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକାରିତା ଓ ସମସ୍ୟାକୁ ନେଇ ଅବତାରଣା କରି ଅଞ୍ଚଳବାସୀଙ୍କ ସହଭାଗିତା କୁ ଗୁରୁତ୍ୱାରୋପ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ଗଙ୍ଗାପୁର୍ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପ୍ରଶାସନିକ ସଂସ୍କାର ନବକଳେବର ବିଷୟରେ ମତାମତ ଦେଇଥିଲେ l ଜନସାଧାରଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ବାସ୍ଥ୍ୟସେବାକୁ ଅଞ୍ଚଳରେ ସୁଲଭ କରାଇ ଉପଯୁକ୍ତ ସେବା ପ୍ରଦାନ ପାଇଁ ଜନ୍ ପ୍ରତିନିଧି ଅଧିକାରୀଙ୍କୁ ସମନ୍ୱୟ ରେ ଜନସାଧାରଣଙ୍କ ସଦଭାବକୁ ଗୁରୁତ୍ୱାରୋପ କରିଥିଲେ l

ADVERTISEMENT