ବିଜେପୁର ଉପନିର୍ବାଚନରେ ବିଜେଡି ଆଗୁଆ

11

ବରଗଡ଼ ,୨୪/୧୦(କୁଞ୍ଜବିହାରୀ ) : ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର ୩୬୫ ଭୋଟରେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ସୁଦ୍ଧା ରୀତାଙ୍କୁ ମୋଟ ୩୧ହଜାର ୨୮୬ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆ ୭୯୨୧ ଭୋଟ ହାତେଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୧୧୧୫, ହିନ୍ଦୁ ମହାସଭାର ଅଶୋକ ମିତ୍ତଲଙ୍କୁ ୨୪୪, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତଙ୍କୁ ୧୯୩ ଭୋଟ ମିଳିଥିବା ବେଳେ ନୋଟାକୁ ୬୪୧ ଭୋଟ ମିଳିଥିବା ସୂଚନା ମିଳିଛି।

ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡିର ରୀତା ସାହୁ ୪୨,୧୪୮ ଭୋଟରେ ଆଗୁଆ ଅଛନ୍ତି। ଅଷ୍ଟମ ରାଉଣ୍ଡ ସୁଦ୍ଧା ରୀତାଙ୍କୁ ୫୮,୨୭୭ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପାର ସନତ ଗଡ଼ତିଆଙ୍କୁ ୧୬,୧୨୯ ଖଣ୍ଡ ଭୋଟ ମିଳିଛି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୨,୨୦୯ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ କୁମାର ପଣ୍ଡା, ଭାଜପାର ସନତ ଗଡ଼ତିଆ, ହିନ୍ଦୁ ମହାସଭାର ଅଶୋକ କୁମାର ମିତ୍ତଲ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ରହିଛନ୍ତି। ସମୁଦାୟ ୨ ଲକ୍ଷ ୩୨ ହଜାର ୨୬୪ଜଣ ଭୋଟର ଥିବା ବେଳେ ୭୯.୧୭% ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରୁଛନ୍ତି।

ADVERTISEMENT