ପି. ରାମଚନ୍ଦ୍ରପୁର କ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

6

ସାନଖେମୁଣ୍ଡି,୨୪/୧୦(ପ୍ରଫୁଲ ସାବତ ) : ବ୍ଲକର ଶିକ୍ଷାଧିକାରୀ ସାନଖେମୁଣ୍ଡି କାର୍ଯ୍ୟାଳୟ ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁରରେ ସାଧନ କେନ୍ଦ୍ର ସ୍ତରୀୟ ୨୦୧୯ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ କରାଯାଇଛି l ପି.ରାମଚନ୍ଦ୍ରପୁର ରଘୁନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାଧନ କେନ୍ଦ୍ର ଅଧୀନ ୧୫ ଗୋଟି ବିଦ୍ୟାଳୟର ୨୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜ ନିଜର ନିପୁଣତାକୁ ପ୍ରତିପାଦିତ କରିଥିଲେ l ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ କ୍ଳଷ୍ଟରରେ ସଂଜୋଜନ ଶ୍ରୀ ହରିହର ସାମନ୍ତରାୟ ସଂଯୋଜନାରେ ସଂପାଦିତ ହୋଇଥିବା ସହ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଶ୍ରୀମତୀ ସଂଯୁକ୍ତା ପଟ୍ଟନାୟକ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସ୍ଥିତ କେସି ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଧାନ ସାହୁ, ରଘୁନାଥ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମେକାପ ପ୍ରମୁଖ ଯୋଗ ଦେଇ ଶିଶୁଙ୍କ ଚିନ୍ତାଧାରାରେ ସୁରଭି କାର୍ଯ୍ୟକ୍ରମରେ ପ୍ରଭାବକୁ ଅବତାରଣା କରିଥିଲେ l ଅତିଥିଙ୍କ ଗ୍ରହଣରେ ବିବେଚିତ ପ୍ରତିଯୋଗୀଙ୍କୁ ସରପଞ୍ଚ ସୁଲତା ନାୟକ ଓ ଗୋଷ୍ଠୀ ସହ ଶିକ୍ଷାଧିକାରୀ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ l ସି ଆରସିିସି ଶଙ୍କର୍ଷଣ ସେଠୀ, ଅଶୋକ କୁମାର ମଲ୍ଲିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବା ସହ ସାଧନା କେନ୍ଦ୍ର ଅନ୍ତର୍ଗତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

ADVERTISEMENT