ବିଜୁ ଯୁବବାହିନୀ ତରଫରୁ ସଡ଼କ ସୁରକ୍ଷା ଅଭିଯାନ

7

କନ୍ଧମାଳ,୨୪/୧୦(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ତରଫରୁ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜନସାଧାରଣଙ୍କୁ ଏକ ଶୋଭାଯାତ୍ରା କରାଯାଇ ଜନସାଧାରଣଙ୍କୁ ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା, ସବୁ ସମୟରେ ଗାଡ଼ିର କାଗଜ ପତ୍ର ସର୍ବଦା ନିଜ ପାଖରେ ରଖିବା ସହ ଜନସାଧାରଣଙ୍କୁ ରାସ୍ତା ଦୁଈ ପାଖ ସର୍ବଦା ଠିକ ଭାବରେ ଚାଲିବା ଏବଂ ଯଦି କୌଣସି ଜାଗାରେ ଦୁର୍ଘଟଣା ହୁଏ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ସହଯୋଗ କରିବା ଏନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା, ବାରଖମାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ବିଜୁ ଯୁବ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ADVERTISEMENT