ବିଜେପୁରରେ ପୁଣି ବାଜି ମାରିଲେ ରିତା ସାହୁ

30

ବରଗଡ଼,୨୪/୧୦(କୁଞ୍ଜବିହାରୀ ସାହୁ): ବିଜେପୁରରେ ପୁଣି ବାଜି ମାରିଲେ ରିତା ସାହୁ ,ମୁଖ୍ୟମନ୍ତ୍ରୀଙ୍କ ବିଧାୟିକାଙ୍କୁ ଅଭିନନ୍ଦନ, ଦ୍ଵିତୀୟ ଥର ପାଇଁ ରିତା ସାହୁଙ୍କ ଉପରେ ବିଜେପୁର ବସି ଆସ୍ଥା ପ୍ରକଟ କରିଛନ୍ତି । ସେ ରେକର୍ଡ ସଂଖ୍ୟକ ଭୋଟ ହାସଲ କରିଛନ୍ତି । ବିଜେଡି ପାର୍ଥି ରିତା ସାହୁ ନିଜର ନିକଟତମ ପ୍ରତିଦ୍ବନ୍ଦୀ ସନତ ଗାଡ଼ତିଆଙ୍କୁ ପ୍ରାୟ 92713ଟି ଭୋଟରେ ପରାଜିତ କରିଛନ୍ତି । ତେବେ କଂଗ୍ରେସ ଏଠାରେ ମୂଳପୋଛ ହୋଇଯାଇଥିବା କହିଲେ ଅତୁକ୍ତି ହେବ ନାହିଁ । ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ଏବେ ପୁଣି ବିଜେଡି ହାତକୁ ଚାଲିଯାଇଛି ।
ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ ବିଜେଡିରେ ସାମିଲ ହେବା ପରେ ବିଜେପୁରକୁ କବଜା କରିଥିଲା ବିଜେଡି । ତେବେ ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ଖଣ୍ଡପଡ଼ା ବିଧାୟିକ ସୌମ୍ୟରଂଜନ ପଟନାୟକ ।ହେଲେ ରିତା ସାହୁ ଆଜି ସୌମ୍ୟଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେହି ଭଳି ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଠାରୁ ମଧ୍ୟ ରିତା ସାହୁ ଢେର ଅଧିକ ସଂଖ୍ୟାରେ ଭୋଟ ପାଇଛନ୍ତି । ମୋଟ 21 ରାଉଣ୍ଡ ଗଣତି ହୋଇଥିବା ବେଳେ ଆରମ୍ଭରୁ ହିଁ ରିତା ସାହୁ ଆଗରେ ରହି ଆସିଥିଲେ । 21 ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 128096 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା 35779 ଖଣ୍ଡ ଭୋଟ ପାଇଛି । ଅନ୍ୟପଟେ କଂଗ୍ରେସ 5399 ଖଣ୍ଡ ଭୋଟ ପାଇଛି ।

18 ରାଉଣ୍ଡ BJD 6083,BJP 1939,Cong 175 ,
19ରାଉଣ୍ଡ BJD 7112,BJP 2168,Cong 352
20ରାଉଣ୍ଡ BJD 5845,BJP 1738 ,Cong 356
21ରାଉଣ୍ଡ BJD 2008,BJP 438 ,Cong 116
ଶେଷ ଫଳାଫଳ BJD 135949, BJP 37955 ,Cong 5871 ,Margin 97994

ADVERTISEMENT