ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲାର 17ବ୍ଲକ

18

ବ୍ରହ୍ମପୁର,୨୪/୧୦(ହିମାଂଶୁ ପାଢ଼ୀ ): ଗୋଟିଏ ଦିନର ବର୍ଷାରେ ବେହାଲ ସମ୍ପୂର୍ଣ ଗଞ୍ଜାମ ଜିଲ୍ଲାର।ଜିଲ୍ଲାର 17ଟି ବ୍ଲକ ରେ ବର୍ଷାର ପରିମାଣ 100 ମିଲିମିଟରରୁ ଅଧିକା । କୋଉଠି ନାଳ ପାଣି ରାସ୍ତାରେ ଭାସୁଛି ତ ଆଉ କୋଉଠି ଲୋକଙ୍କ ଘରେ ପଶିଯାଇଛି ପାଣି । ବର୍ଷା ହେଲେ ଲୋକଙ୍କ ଦୁର୍ଦ୍ଧଶା ବେହାଲ ଅକଥନୀୟ । ବର୍ଷା ପାଣି ଘରେ ପଶିଲେ ଲୋକେ ଭୋକ ଉପାସରେ ରହୁଛନ୍ତି । ଜିଲ୍ଲାର ଚିକିଟି ବ୍ଲକରେ ସର୍ବାଧିକ 203ମିମି ବର୍ଷା ହୋଇଥିବା ଫଳରେ ରଙ୍ଗେଇଲୁଣ୍ଡରେ 192.4, ପାଟପୁରରେ 185.5, କୁକୁଡାଖଣ୍ଡି ରେ 175, ସାନଖମୁଣ୍ଡି ରେ 147, ଶେରଗଡ଼ 142, ଆସ୍କା 127.6, ପୁରୁଷୋତ୍ତମପୁର 120, କବିସୂର୍ଯ୍ୟନଗର 120, ଧରାକୋଟ 120, ଦିଗପହଣ୍ଡି 115, ହିଞ୍ଜଳିକାଟୁ114, ଗଞ୍ଜାମ 113, ଖଲିକୋଟ 107, କୋଦଳା 106.4ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । କିନ୍ତୁ ଶିକ୍ଷକ ମାନେ ସ୍କୁଲ ଆସିବେ। ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇଛି । ଆସିକା ଜାତିଆ ରାଜପଥ ଓ ଦିଗପହଣ୍ଡିରେ ଗାଡି ଚଳାଚଳ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି, ପାଟପୁର ସ୍ଥିତ ବୁଧେସ୍ୱର ମନ୍ଦିର ନିକଟ ଅସ୍ଥାୟୀ ପୋଲ ସମ୍ପୂର୍ଣ ଧୋଇ ହୋଇଯାଇଛି ।

ADVERTISEMENT