ଭାରତ ଓ ପାକିସ୍ତାନ ସୀମାନ୍ତରେ ମୁତୟନ ହେବ ପ୍ରଥମ ‘ଇଣ୍ଟେଗ୍ରେଟେଡ୍‌ ବ୍ୟାଟଲ୍‌ ଗ୍ରୁପ୍‌’

19

ନୂଆଦିଲ୍ଲୀ ,o୨/o୯(ରବି ଦାସ) : ଏ ବର୍ଷ ଶେଷ ସୁଦ୍ଧା, ୩,୩୨୩ କିଲୋମିଟର୍‌ ଦୀର୍ଘ ଭାରତ ଓ ପାକିସ୍ତାନ ସୀମାନ୍ତରେ ଭାରତୀୟ ସେନା ତା’ର ପ୍ରଥମ ‘ଇଣ୍ଟେଗ୍ରେଟେଡ୍‌ ବ୍ୟାଟଲ୍‌ ଗ୍ରୁପ୍‌’ (ଆଇବିଜି) ମୁତୟନ କରିବ ବୋଲି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ୍‌ କହିଛନ୍ତି। ପଶ୍ଚିମ ଓ ପୂର୍ବ ସୀମାନ୍ତର ସୁରକ୍ଷା ନିମନ୍ତେ ଭାରତୀୟ ସେନା ସମୁଦାୟ ୧୧ ରୁ ୧୩ ‘ଆଇବିଜି’ ଗଠନ କରି ମୁତୟନ କରିବ ବୋଲି ଯୋଜନା କରୁଛି। ପଶ୍ଚିମ ସୀମାନ୍ତରେ ମୁତୟନ କରାଯିବାକୁ ‘ଆଇବିଜି’ ଗଠନ କରିବା ପାଇଁ ହିମାଚଳ ପ୍ରଦେଶର ୟୋଲ୍‌ ଠାରେ ଥିବା ୯ମ କର୍ପସ୍‌ ପୁନର୍ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ କରିଛି। ୨୦୦୯ରେ ଗଠିତ ୯ମ କର୍ପସ୍‌ ହରିୟାଣାର େଓ୍ଵଷ୍ଟର୍ଣ୍ଣ ଆର୍ମି କମାଣ୍ଡ୍‌ର ଚଣ୍ଡିମନ୍ଦିରର ଅଂଶ।

ADVERTISEMENT