କୋଦଳାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

15

କୋଦଳା ,୨୫/୧୦(ସୁଦାମ ମହାରଣା ) : ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦେବାଶିଷ ମହାନ୍ତି ଯୋଗଦେଇଛନ୍ତି । ପୂର୍ବରୁ ସେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତଥିଲେ । କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ଗଞ୍ଜାମ ଥାନାକୁ ବଦଳି ହୋଇଯାଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ମହାନ୍ତିଙ୍କୁ ଏହି ଥାନାକୁ ବଦଳି ହୋଇଛି । ଥାନା କର୍ମଚାରୀମାନେ ଫୁଲଗୁଛ୍ଛ ଦେଇ ସ୍ବାଗତ କରିଥିଲେ । ସେ କହିଛନ୍ତି, ସ୍ଥାନୀୟ ଥାନା ଅଞ୍ଚଳରେ ଆଈନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା, ମହିଳାଙ୍କୁ ନ୍ୟାୟ ଦେବା, ଚୋରା ମଦ ବେପାରୀ ଓ ଜୁଆ ଖେଳାଳିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ,ମୋ ସରକାରଙ୍କ କାର୍ଯ୍ୟକ୍ରମ ଅନୁସାରେ ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ADVERTISEMENT