ନାଲକୋ ସିପିପି ପ୍ଲାଣ୍ଟରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

12

ନାଲକୋ ନଗର,୨୫/୧୦(ଏଜେନ୍ସି) : ଅନୁଗୁଳ ଜିଲ୍ଲାର ନାଲକୋ ନଗରର ସିପିପି ପ୍ଲାଣ୍ଟ ପରିସର ମଧ୍ୟରେ ଥିବା ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି । ୫ନଂ ୟୁନିଟରେ ଥିବା ଆନେଶ୍ଚର ୭.୫ରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଉକ୍ତ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସେଠାରେ ଭୟର ପରିବେଶ ତିଆରି କରିଥିବା କୁହାଯାଉଛି । ଉକ୍ତ ୫ନଂ ୟୁନିଟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଉଚିତ ସମୟରେ ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି । ସକାଳ ୮ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିବା ପରେ ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳେ ନାଲକୋ କତ୍ତୃପକ୍ଷ ଘଟଣାରେ ପହଞ୍ଚି ତଦାରଖ କରୁଛନ୍ତି।

ADVERTISEMENT